*ବାସନ୍ତୀଲତାଜେନା*
କଥାରେ ଅଛି ବାର ମାସରେ ତେର ପର୍ବ l ଅର୍ଥାତ ବେଳ କାଳ ତୁଳନାରେ ଆମ ଦେଶରେ ହେଉ ବା ଆମ ରାଜ୍ୟରେ ହେଉ ବିଭିନ୍ନ ପର୍ବ ପର୍ବାଣି ପାଳିତ ହୋଇ ଥାଏ l ଉତ୍କଳର ପର୍ବ ପର୍ବାଣି ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନକୁ ଭିତ୍ତି କରି ହୋଇ ଥାଏ l ଉତ୍କଳୀୟ ମାନଙ୍କୁ ପର୍ବ ପାଳନରେ ବହୁ ଆନନ୍ଦ ଓ ଶିକ୍ଷା ମିଳି ଥାଏ l ସଂସ୍କୃତି ଓ ପରମ୍ପରା ବଞ୍ଚି ରହେ l ପର୍ବ ପର୍ବାଣି ପାଳନରେ ମୌଳିକ ଲକ୍ଷ ତିନି ପ୍ରକାର l ଯଥା : ୧. ସାମାଜିକ ଚେତନାର ଅଭିବୃଦ୍ଦି ଓ ସହଯୋଗର ବିକାଶ, ୨. ସାମୁହିକ ଆନନ୍ଦ ଉଲ୍ଲାସ ୩. ସାମାଜିକ ଧର୍ମ ନୀତିର ସ୍ମରଣ ଓ ସାଧନ l ଉକ୍ତ ତିନିଟି ଲକ୍ଷକୁ ଆଧାର କରି ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନ ମାନେ ପର୍ବ ପାଳନ କରନ୍ତି l ନିଜ ନିଜ ଧର୍ମର ମହତ୍ୱ ବଜାୟ ରଖନ୍ତି l ହିନ୍ଦୁ ମାନଙ୍କର ବିଭିନ୍ନ ପର୍ବ ପର୍ବାଣି ମଧ୍ୟରେ ମକର ସଂକ୍ରାନ୍ତି ଶାମ୍ବ ଦଶମୀ, ସରସ୍ବତୀ ପୂଜା, ହୋଲି, ଦଶହରା, ତିଳ ଓ ମାଘ ସପ୍ତମୀ ଇତ୍ୟାଦି l ଏଥି ମଧ୍ୟରୁ ତିଳ ଓ ମାଘ ସପ୍ତମୀ ଅନ୍ୟତମ l ମକର ମାସର ଉତ୍ତରାୟଣରେ ଏହି ପର୍ବ ପଡ଼ି ଥାଏl
ଅର୍କ ତୀର୍ଥ କୋଣାର୍କ l ଅର୍କ ତୀର୍ଥର ମାହାତ୍ମ୍ୟ ପଦ୍ମ ପୂରଣରେ ପ୍ରାଚୀ ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି l ସେହି ଅର୍କ ତୀର୍ଥ ନାମରେ ପ୍ରସିଦ୍ଧି ଲାଭ କରିଛି l ଶାମ୍ବ ନିଜ ପିତା ଶ୍ରୀକୃଷ୍ଣଙ୍କ ଠାରୁ ଅଭିଶାପ ପାଇ କୃଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଥିଲେ l ଦୁର୍ବସାଙ୍କ ପରାମର୍ଶ ଅନୁଯାଇ ଚନ୍ଦ୍ରଭାଗା ନଦୀରେ ସ୍ନାନ କରି ସୂର୍ଯ୍ୟ ପୂଜା କରି ଥିଲେ l ଏବଂ କୁଷ୍ଠ ରୋଗରୁ ମୁକ୍ତି ଲାଭ କରି ଥିଲେ l ଶାମ୍ବ ଚନ୍ଦ୍ରଭାଗା ନଦୀରେ ସ୍ନାନ କରିବା ସମୟରେ ସୂର୍ଯ୍ୟଙ୍କର ମଣିବିଗ୍ରହ ପାଇ ଥିଲେ l ସୂର୍ଯ୍ୟ ଦେବ ସେହି ମୂର୍ତ୍ତିକୁ ଚନ୍ଦ୍ର ଭାଗା ନଦୀ ତୀରରେ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ତେଣୁ ପ୍ରାଚୀନ କାଳରୁ ଚନ୍ଦ୍ର ଭାଗା ପୂଣ୍ୟ ତୀର୍ଥ ଭାବରେ ଖ୍ୟାତି ଲାଭ କରିଛି l ସାରଳା ଦାସ ମହାଭାରତରେ ବନ ପର୍ବର ଅର୍କ କ୍ଷେତ୍ର ବିଷୟରେ ଉଲ୍ଲେଖ ଅଛି ଯେ, ପବିତ୍ର ମାଘ ସପ୍ତମୀ ତୀର୍ଥରେ ସୂର୍ଯ୍ୟ ଦେବ ଅର୍କ ନାମକ ଏକ ଦୈତ୍ୟକୁ ପାତାଳକୁ ଚାପି ଅର୍କ ତୀର୍ଥ ସୃଷ୍ଟି କରି ଥିଲେ l ତେଣୁ ପ୍ରତି ବର୍ଷ ମାଘ ମାସ ଶୁକ୍ଳ ସପ୍ତମୀ ଦିନ ଏହି ତୀର୍ଥରେ ସ୍ନାନ ଉତ୍ସବ ଅନୁଷ୍ଠିତ ହୁଏ l କୋଣାର୍କ ସୂର୍ଯ୍ୟ କ୍ଷେତ୍ର ବା ଅର୍କ କ୍ଷେତ୍ର ନାମରେ ପ୍ରତିଷ୍ଠିତ ହୋଇଛି l
ପଦ୍ମ ପୂରlଣରେ ବର୍ଣ୍ଣନା ଅଛି ଯେ ସୂର୍ଯ୍ୟ ଦେବ ନିଜର ପାପ ମୋଚନ ପାଇ ଅର୍କ ତୀର୍ଥରେ ତପସ୍ୟା କରି ମୁକ୍ତି ଲାଭ କରି ଥିଲେ l ମହାଦେବ ମଧ୍ୟ ଏଠାରେ ତପସ୍ୟା କରି ବ୍ରହ୍ମା ଶିର ଛେଦନ ନିମିତ୍ତ ପାପରୁ ମୁକ୍ତି ପାଇଥିଲେ l
କୁହା ଯାଏ ଯେ ମାଘ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ତିଳ ତେଲ ବା ରାଶି ତେଲ ଲଗାଇ ପ୍ରାତଃ ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ପୂଜା କଲେ ବାତ ପୀତ ରୋଗ ଭଲ ହୁଏ l ଦାନ ଧର୍ମ କଲେ ଗରିବଙ୍କୁ ଅନ୍ନ ଭୋଜନ ଦେଲେ କୋଟି ଗୋଦାନର ଫଳ ମିଳି ଥାଏ l ଦେହ ସୁସ୍ଥ ରହେ l ଏହି ଦିନ ଅପୁତ୍ରିକ ନାରୀ ଦାନ କଲେ ତା କୋଳ ପୂରି ଉଠେ l ଆଜିର ଦିନ ହେଉଛି ସୂର୍ଯ୍ୟ ଦେବଙ୍କର ଜନ୍ମ ଦିନ l ତେଣୁ ମାଘ ସପ୍ତମୀ ଦିନଟି ହେଉଛି ପବିତ୍ର ଦିନ l ତେଣୁ ଲକ୍ଷ ଲକ୍ଷ ଭକ୍ତ ଗଣ କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗରେ
ବୁଡ଼ ପକାଇ ପୂଣ୍ୟ ଅର୍ଜନ କରନ୍ତି l ନାରୀ ମାନେ ସ୍ନାନ କଲା ବେଳେ ହୁଳହୁଳି ପକାଇ ବୁଡ଼ ପକାଅନ୍ତି l ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବଙ୍କୁ ନୈବେଦ୍ୟ ଦେଇ ପୂଜା କରନ୍ତି l ଏହା ଚନ୍ଦ୍ର ଭାଗା ମେଳା ନାମରେ ପରିଚିତ l କୁହାଯାଏ ଏହି ମେଳା ଉପଲକ୍ଷେ ସୂର୍ଯ୍ୟ ଓ ଚନ୍ଦ୍ର ଏକ ବିମନରେ ଚନ୍ଦ୍ର ଭାଗା ତୀର୍ଥକୁ ଯାତ୍ରା କରନ୍ତି l ଏବେ ଚନ୍ଦ୍ରଭାଗା ପୋତି ହୋଇ ନିଜରସତ୍ତା ହରାଇଛି l ତଥାପି ଏଠାକୁ ଲକ୍ଷ ଲକ୍ଷ ଲୋକ ପ୍ରତି ବର୍ଷ ମାଘ ସପ୍ତମୀରେ ବୁଡ ପକାଇବାକୁ ଆସନ୍ତି l ଲଙ୍ଗୁଳା ନରସିଂହ ଦେବ କୋଣାର୍କ ମନ୍ଦିରକୁ
ବାର ବର୍ଷ କାଳ ବାର ଶହ ବଢ଼େଇ ଲଗାଇ ସୂର୍ଯ୍ୟ ମନ୍ଦିରକୁ ଚଳନ୍ତା ରଥ ସଦୃଶ୍ୟ ରୂପ ଦେଇ ଥିଲେ l କୋଣାର୍କ ମନ୍ଦିର ହେଉଛି ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ l
ଏହି ମାଘ ସପ୍ତମୀ ତିଥିରେ ସାଧୁ ସନ୍ଥ ମାନେ ଏକତ୍ର ହୋଇ ବିଭିନ୍ନ ଧର୍ମଆଲୋଚନା ଓ ଯଜ୍ଞରେ ଭାଗ ନେଇ ବିଭିନ୍ନ ଧାର୍ମିକ ପାରିବେଶ ସୃଷ୍ଟି କରି ଥାନ୍ତି l ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିରେ ମାଘ ମାସ ଏକ ପୂନ୍ୟର ମାସ ହୋଇ ଥିବାରୁ ତ୍ରିବେଣୀ ଅମାବାସ୍ୟା, ଶ୍ରୀପଞ୍ଚମୀ, ମାଘ ସପ୍ତମୀ ଇତ୍ୟାଦି ପୂଣ୍ୟ ଦିବସ ମାଘ ମାସର ତlତ୍ପର୍ଯ୍ୟକୁ
ବଢାଇ ଦିଏ l
ଗାନ୍ଧୀନଗାର , ନବରଙ୍ଗପୁର l