କେସିଙ୍ଗା -: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି। ତେବେ ଏହି ପଦ ପାଇଁ ବିଜେଡି ଓ ସ୍ବାଧୀନ ପ୍ରାର୍ଥୀ ଜେରସୋରରେ ଲାଗି ପଡ଼ିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଏଯାଏ କୈାଣସି ସୋରଶବ୍ଦ ନାହିଁ। ଦୁଇ ଜଣଙ୍କ ମଧ୍ୟରେ କଳି ତୃତୀୟ ଲାଭ ହିସାବରେ ଏମାନେ ଅପେକ୍ଷା କରିଛନ୍ତି। ଅନ୍ୟ ପକ୍ଷରେ ବିଜେଡ଼ି ଓ ସ୍ବାଧୀନ ପ୍ରାର୍ଥୀମାନେ ବିଭିନ୍ନ ପଞ୍ଚାୟତରେ ପ୍ରତିଦ୍ବନ୍ଦିତା କରୁଥିବା ସମିତି ସଭ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବ୍ଲକ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି। ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ବ୍ଲକର ଜଣେ ବିଜେଡିର କର୍ମୀ ନିଜର ପ୍ରାଧାନ୍ୟ ବିସ୍ତାର ପାଇଁ ବହୁ ପଞ୍ଚାୟତରେ ଡମି ସମିତି ସଭ୍ୟ ପ୍ରାର୍ଥୀଙ୍କୁ ପ୍ରତିଦ୍ବନ୍ଦିତାରେ ଅବତୀର୍ଣ୍ଣ କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି, ତାହାକୁ ପଞ୍ଚାୟତ ସମିତିବାସୀ ଅପେକ୍ଷା କରିଛନ୍ତି।
ଚନ୍ଦ୍ରମଣି ସ୍ବାଇଁ, କେସିଙ୍ଗା