ଗୋଲାମୁଣ୍ଡା -: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଠାରେ ଧରିତ୍ରୀ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଶୋକସଭା ଅନୁଷ୍ଠିତ ହୋଇଛି । ସେ ଜଣେ ଆଦର୍ଶ ସାମ୍ବାଦିକ ଥିଲେ । ତ୍ରିସ୍ତରୀୟ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୋଟ ବର୍ଜନ ପାଇଁ ମାଓବାଦୀ ମାନେ ଏକ ଲାଲ କପଡ଼ାରେ ଲେଖି ସରକାରଙ୍କୁ ଧମକ ଦେଇଥିବା ଘଟଣାକୁ କେନ୍ଦ୍ର କରି ସାମ୍ବାଦିକ ରୋହିତ ବିଶ୍ୱାଳ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଘଟଣା ସ୍ଥାନରେ ବୋମା ବିସ୍ପୋରଣରେ ମୃତ୍ୟୁ ହୋଇଥିଲା । ଏପରି ଏକ ସାମ୍ବାଦିକ କଳାହାଣ୍ଡି ବାସୀ ହରାଇଥିବା ଯୋଗୁଁ ଅଞ୍ଚଳରେ ସାମ୍ବାଦିକ ମାନଙ୍କ ଉପରେ ଶୋକର ଛାୟା ଖାଲିଯାଇଛି । ଆଜି ଗୋଳାମୁଣ୍ଡା ବ୍ଲକ ଜନକଲ୍ୟାଣ ଗୋଷ୍ଠୀର ସମସ୍ତ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଆତ୍ମାର ସଦଗତି ନିମନ୍ତେ ତାଙ୍କର ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କ୍ୟାଣ୍ଡେଲ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏ ଅବସରରେ ଗୋଳାମୁଣ୍ଡା ଜନକଲ୍ୟାଣ ସାମ୍ବାଦିକ ଗୋଷ୍ଠୀର ସଭାପତି ରାମକୁମାର ସେନାପତି ,ସମ୍ପାଦକ ଈଶ୍ୱର ପୁଟେଲ ,କ୍ଷୀରସିନ୍ଧୁ ପୁଟେଲ ,ମହେନ୍ଦ୍ର ଦାଶ, ଦାମୋଦର ଦାଶ,କପୁରଚନ ସେଠିଆ, ସୁରେନ୍ଦ୍ର ଜାଲ, ବ୍ରହ୍ମାପ୍ରସାଦ କାଣ୍ଡ, କୃଷ୍ଣ ମହାନନ୍ଦ, ବିଶ୍ୱଜିତ ସେନାପତି ,ଜନ୍ମେଜୟ ନାଇକ, ରବୀନ୍ଦ୍ର ନାଇକ, ଧନରାଜ କେତକୀ, ଉପେନ୍ଦ୍ର ବଗର୍ତ୍ତି, ପଙ୍କଜ ସାହୁ,ପ୍ରମୁଖ ଉପସ୍ଥିତ ଥିଲେ ।
ଗୋଳାମୁଣ୍ଡା ବ୍ଲକ ମସିହା ପ୍ରତିନିଧି ରାମକୁମାର ସେନାପତି ରିପୋର୍ଟ,