କୋକସରା,୮ା୨-: କୋକସରା ବ୍ଲକ ର ୩ ଜିଲ୍ଲା ପରିଷଦ ଜୋନରେ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ମାନେ ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ରେ ବାଜିମାତ କରିଥିଲେ । ତେବେ ଚଳିତ ନିର୍ବାଚନ ରେ ବିଜେଡି ର ଗଡ଼ ରକ୍ଷା କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ନବ କିଶୋର ଦାସ ପ୍ରଚାର ମଙ୍ଗ ଧରିଛନ୍ତି । ବିଜେଡି ର ଦଲୀୟ ପ୍ରାର୍ଥୀ ଙ୍କୁ ବିଜୟୀ କରାଇବା ପାଇଁ ଦଳ ତାଙ୍କ ଉପରେ ଗୁରୁଦାୟିତ୍ୱ ଦେଇଛି । ମଙ୍ଗଳବାର ସେ କୋକସରା ଜୋନ ୨ ର ପ୍ରାର୍ଥୀ ତ୍ରିନାଥ ବାଗ ଓ ମୋଟେର ଜୋନ ୩ ପ୍ରାର୍ଥୀ ବୈଜୟନ୍ତି ପୁଝାରି ପାଇଁ ନିର୍ବାଚନି ପ୍ରଚାର କରିଛନ୍ତି । କୋକସରା ବ୍ଲକର ଚିଲିଗୁଡା, କୋକସରା, ଗମ୍ଭାରୀଗୁଡା, ଲଡୁଗାଁ, ସୁନାମାଲ, ଟେମରା, ମାଝୀଗୁଡା, ଝରିଆଗୁଡା ଓ ଡହଗାଁ ଠାରେ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ନବୀନ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶଧାରା କୁ ନେଇ ବିଜେଡି ପ୍ରାର୍ଥୀ ଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଦାସ ନିବେଦନ କରିଛନ୍ତି । ତାଙ୍କ ସହ କଳାହାଣ୍ଡି ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ବଦ୍ରି ନାରାୟଣ ପଟ୍ଟନାୟକ, ପର୍ଶୁରାମ ପ୍ରଧାନୀ, ନାରିନେତ୍ରୀ ଅଶୋକା ନାଏକ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ ସମେତ ଦଲୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ନିର୍ବାଚନି ପ୍ରଚାର ରେ ସହଯୋଗ କରିଥିଲେ । ମ ନି ସ
previous post