ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଗୋଇମୁଣ୍ଡି ଖେଳ ପଡ଼ିଆ ଠାରେ ଚାଲୁଥିବା ପ୍ରଥମ ସେମି ଫାଇନାଲ ମ୍ୟାଚ ରେ ମୁଖ୍ଯ ଅତିଥି ଭାବରେ ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚା ର ସାଧାରଣ ସଂପାଦିକା ମମତା ମଞରୀ ଥପା ଯୋଗଦାନ କରିଥିଲେ। ମ୍ୟାଚ ଟି ଦମାପଲା ଓ ଲୋହରାପାଲି ଦଳ ମଧ୍ଯ ରେ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଲୋହରାପାଲି ଦଳ ପ୍ରଥମ ବ୍ୟାଟିଂ କରି ୧୦ ଓଭରରେ ୮୦ ରନ କରିଥିଲେ। ପ୍ରତି-ଉତ୍ତରରେ ଦମାପଲା ଦଳ ୯.୧ ଓଭରରେ ଆବଶ୍ଯକ ରନ ସଂଗ୍ରହ କରି ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ କୁ ଗୋଇମୁଣ୍ଡି ର ହାର୍ଟ ବ୍ରୋକନ କ୍ରିକେଟ କ୍ଲବ୍ ଦ୍ବାରା ଆୟୋଜିତ ହୋଇ ଥିବା ବେଳେ ମୁଖ୍ଯ ଆୟୋଜକ ଅଶୋକ ବାଗ, ମ୍ୟାନେଜର ବିନୟ କୁମାର ରାଉତ, ସଭାପତି ଖିର ସାଗର ବନୀଛୋର, ଉପ ସଭାପତି ଓମକାର କଟା, ଖେଳ ପରିଚାଳନା କରୁଛନ୍ତି। ସେହିପରି ସୁମନ୍ତ ସଗରିଆ, ବିଘ୍ନ ବନୀଛୋର ରାଜା ବନିଛୋର, ବିଦ୍ଯା ବନିଛୋର, ବିକାଶ କାଣ୍ଡ, ରାଧାକାନ୍ତ ସଗରିଆ ବଳଦେବ କାଣ୍ଡ, କୁଳପତି ସଗରିଆ, ବାଳକୃଷ୍ଣ ଚଲାନ, ତନୟ କୁମାର ରାଉତ, ବଜରଂଗ ଚଲାନ, ମଲୟ କୁମାର ଚଲାନ ଅଶୋକ ଚଲାନ ଓ ଅନ୍ୟ ସମସ୍ତ ସଦସ୍ଯମାନେ ସହାୟତା କରିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post