ବିଧବା ଭତ୍ତା ଓ ଆବାସ ଗୃହ ଯୋଜନା ରେ ଘର ପ୍ରଦାନ ପାଇଁ ବିମଲେ କୁ ସାମିଲ କରିବାକୁ ଅନୁରୋଧ
ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରଭାଡ଼ି ଗ୍ରାମର ବିମଲେ ସ୍ୱାମୀ ମୃତ୍ୟୁ ହେବାର ଆଜକୁ ବର୍ଷେ ବିତି ଯାଇଥିଲେ ମଧ୍ୟ ବିଧବା ଭତାରୁ ସେ ବଞ୍ଚିତ ଅଛନ୍ତି। ପଞ୍ଚାୟତରେ ବାରମ୍ବାର କାଗଜପତ୍ର ଦେବା ପରେ କିଏ ମଧ୍ୟ ଶୁଣୁନାହାନ୍ତି। ବ୍ଲକ କାର୍ଯ୍ୟାଳୟ ଯାଇକି ଆଉ ଥରେ ଦେଇଥିଲେ। କିନ୍ତୁ ତାହା ବି ଫଳ ଶୂନ। ଜଣେ ବିଧବା ମହିଳା କେତେ ଥର ଅଫିସର ଚକର କାଟିବ। ଘରେ ରହିଥିଲା ଏକମାତ୍ର ବଢ଼ୁଆ ପୁଅ ତିନି ବର୍ଷ ତଳେ ସେ ଘର ଚଳାଇବା ପାଇଁ ବିଦେଶକୁ ମଜୁରୀ କରିବା ପାଇଁ ଯାଇଥିଲେ। ଦୁର୍ଭାଗ୍ୟର କଥା ବିଦେଶରୁ ନିଜ ଗାଁକୁ ଆସୁଥିବା ସମୟରେ ଟ୍ରେନ ଦୁର୍ଘଟଣାରେ ତାଙ୍କର ଦୁଇଟି ଯାକ ଗୋଡ଼ ହରାଇ ବସିଲେ। ତାଙ୍କ ବାପା ଥିବା ସମୟରେ ଏଣେ ତେଣେ କୁଳି ମଜୁରୀ କରି ସ୍ୱାମୀ ସ୍ତ୍ରୀ ଓ ପୁଅ ଝିଅକୁ ନେଇକି ଖୁସିରେ ନିଜ ପରିବାର କୁ ପ୍ରତିପୋଷଣ କରି ଆସୁଥିଲେ। ସେ ଚାଲିଯିବା ପରେ ଭିନ୍ନକ୍ଷମ ପୁଅ ଓ ବଢ଼ୁଆ ଝିଅର ବୋଝ ବିଧବା ମାଙ୍କ ଉପରେ। ମୁଡ ଗୁଞ୍ଜିବା ପାଇଁ ନା ଅଛି ପକ୍କା ଘର ନା ମିଳୁଛି କିଛି ସରକାରୀ ଆର୍ଥିକ ସହାୟତା । ଆବାସ ଯୋଜନାରେ ରେ ସାମିଲ ପାଇଁ ଅନୁରୋଧ। ମିଛ ପ୍ରତିଶୃତି ଦେଇ ଚାଲିଛନ୍ତି। ପ୍ରଶାସନ ଏହି ନିରୀହ ପରିବାରକୁ ଦୃଷ୍ଟି ଦେଇ ସାହାଯ୍ୟର ହାତ ବଢ଼ାଇବା ଜରୁରୀ ହୋଇ ପଡିଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ