ନୂଆପଡ଼ା ଜିଲ୍ଲା ବୋଡେ଼ନ ଅନ୍ତର୍ଗତ ରୋକାଲ ଗ୍ରାମର ସନ୍ତୋସିନୀ ଗଉଡ଼ ୧୪ ବର୍ଷ, ପିତା ତ୍ରିନାଥ ଗଉଡ଼ ଛୋଟ କୁନି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅଭିଶପ୍ତ ଜୀବନ ଅତିବାହିତ କରୁଛି। ସନ୍ତୋସିନୀ ଚିକିତ୍ସା ନେଇ ବାପା ଡାକ୍ତର ଖାନାରେ ଚିକିତ୍ସା ପାଇଁ ଦେଖାଇ ଦେଖାଇ ଶେଷରେ ଋଣ ଭାର ବୋହି ଘରେ ରହିଛନ୍ତି। ସନ୍ତୋସିନୀ ୭୫% ଭିନ୍ନକ୍ଷମ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭତା ଖଣ୍ଡିଏ ପାଇ ପାରିନାହାନ୍ତି। ଅନେକ ଗରିବ ନିରୀହ ପରିବାରକୁ ସରକାରୀ ଯୋଜନା ଅପହଞ୍ଚ ହୋଇରହିଛି। ଏହି ସବୁ ସମସ୍ୟା କୁ ଦୂର କରିବା ପ୍ରଶାସନିକ କଲ ଉପଯୁକ୍ତ କାର୍ଯ୍ୟ ଦରକାର। ବୋଡେ଼ନ ବ୍ଲକର ବିଭିନ୍ନ ଗ୍ରାମରେ ଏମିତି ଗରିବ ନିରୀହ ଲୋକମାନେ ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତା,ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। କେବେ ବ୍ଲକ ପ୍ରଶାସନର ନିଦ ଭାଙ୍ଗିବ ଓ ଏହି କୁନି ଝିଅ ତାହାର ଔଷଧ କିଣିବା ପାଇଁ ବା ଚିକିତ୍ସା ହେବା ଦେଖିବା ବାକି ରହିଲା। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post