ଫୁଲବାଣୀ -:(ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ) ପୁଣି କିଛି ଦିନ ପରେ କନ୍ଧମାଳ ରେ ମାଓବାଦୀ ସକ୍ରିୟ ହୋଇ ନିଜର ଉପସ୍ଥିତ ଜାହିର କରିଛନ୍ତି। କିଛିଦିନ ର ବ୍ୟବଧାନ ପରେ ଲାଲ ବାହିନୀ ର ତାଣ୍ଡବଲୀଳା ଭିଆଇ ଛନ୍ତି। ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ମାନେ ଫିରିଙ୍ଗିଆ ଥାନା ଅନ୍ତର୍ଗତ କିଆମୁଣ୍ଡା ଗ୍ରାମରେ ତ୍ରିଶକ୍ତି କଣ୍ଟରକ୍ସନ ଦ୍ୱାରା ମାସିର ପଡା ଠାରୁ କ୍ରାଣ୍ଡିବାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମରେ ବ୍ୟବହୃତ ହୋଇଥିବା ଜେସିବି ଓ ଟ୍ରାକ୍ଟର ଦୁଇଟି କୁ ମାଓବାଦୀ ମାନେ ପୋଡି ଦେଇଥିବା ଜଣାପଡିଛି। ଏହି ଗାଡି ଗୁଡିକ ପୋଡିବା ପରେ ସେଠାରେ ମାଓ ପୋଷ୍ଟର ଲିଫ୍ଲେଟ ଛାଡ଼ି ଯାଇଥିଲେ। ମାଓବାଦୀ ମାନେ ଛାଡିଯାଇଥିବା ପୋଷ୍ଟର ରେ ବିଦେଶୀ ମଦଭାଟି ବନ୍ଦ କର ଏବଂ ମହିଳା ଙ୍କ ଉପରେ ହେଉଥିବ ଅତ୍ୟାଚାର ନିମନ୍ତେ ମଦ ବନ୍ଦ କର,ଗାଁ ରେ ମଦ ବିକ୍ରି କରୁଥିବା ଲୋକଙ୍କୁ ଧରି ଦଣ୍ଡ ଦିଅନ୍ତୁ। ଗ୍ରାମ ରେ ନୂଆ ଲୁଟେରା ଶ୍ରେଣୀ କୁ ବିରୋଧ କର,ଗଞ୍ଜେଇ ନାମରେ ଜଙ୍ଗଲ ଧ୍ୱଂସ କରୁଥିବା ଲୋକଙ୍କୁ ଧରି ଦଣ୍ଡ ଦିଅ ।
ମାଓବାଦୀ ଙ୍କ ନାମରେ ଡ଼ରାଇ ଡକାୟିତ କରୁଥିବା ବ୍ୟକ୍ତି ଙ୍କୁ ଧରି ଦଣ୍ଡ ଦିଅ,ପଞ୍ଚାୟତ ରେ ସି ଆର ପି ଏଫ କ୍ୟାମ୍ପ ପାଇଁ ସରପଞ୍ଚ କୁ ଧରନ୍ତୁ। ଭାରତର କମ୍ୟୁନିଷ୍ଟ ମାଓବାଦୀ ବୋଲି ମାଓ ପୋଷ୍ଟର ରେ ଲେଖା ଯାଇଥିବା ଦେଖିବା କୁ ମିଳିଥବା ବେଳେ ମାଓବାଦୀ ଙ୍କର ଏକ ଲାଲ ବ୍ୟାନେର ଭଣ୍ଡ ଗଣତନ୍ତ୍ର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ବନ୍ଦ କରନ୍ତୁ।
ମାଓବାଦୀ ଦମନ ଆଳରେ ଆଦିବାସୀ ଅଞ୍ଚଳରେ ସି ଆର ପି ଏଫ କ୍ୟାମ୍ପ କୁ ବିରୋଧ କରନ୍ତୁ ଏବଂ ପୁରୁଷ ମହିଳା ଶ୍ରମିକ ମାନଙ୍କୁ ଦୈନିକ ସମାନ ମଜୁରୀ ଦିଆଯାଉ ଭା କ ପା ମାଓବାଦୀ ବୋଲି ଉଲେଖିତ ଥିବା ଦେଖିଵାକୁ ମିଳିଛି। ସେହିପରି ମିଳିଥିବା ଲିଫ୍ଲେଟ ରେ ସାଧାରଣ ଲୋକ ଏବଂ ସାଧାରଣ କୃଷକ ମାନଙ୍କ ଉଚ୍ଚଭିଳାସୀ ସାମନ୍ତ ବାଦ ଓ ଅର୍ଦ୍ଧ ସମନ୍ତ୍ବ ବାଦକୁ ଧ୍ୱଂସ କରି ଜନତନ୍ତ୍ର ଆଣିବାର ଗଣତାନ୍ତ୍ରିକ ବିପ୍ଳବ। ବର୍ତ୍ତମାନ ବର୍ଜୁଆ ଗଣତନ୍ତ୍ର ର ଅର୍ଥ ପାର୍ଟି ହାଇକମାଣ୍ଡେଣ୍ଟ ଙ୍କ ଶାସନ ।
ହାଇକମାଣ୍ଡେଣ୍ଟ ସେମାନଙ୍କ ଚାରିପଟେ ଥିବା କୋଟିପତି ସ୍ଥାବର ମାନଙ୍କର ଚାଲିଛି।ଏମାନେ ଭୋକ କଣ ଜାଣନ୍ତି ନି କି ଦାରିଦ୍ର୍ୟ କଣ ଅନୁଭବ କରନ୍ତି ନାହିଁ।ଏଠି ସେମାନେ ଶାସନ କରନ୍ତି ଯେଉଁ ମାନେ କି ଜାତି ଧର୍ମ ଭାଷା ଓ ପ୍ରାନ୍ତ ଭିତ୍ତିରେ ଦେଶକୁ ବାଣ୍ଟି ଦିଅନ୍ତି ବୋଲି ମାଓ ବ୍ୟାନେର ରେ ଉଲେଖିତ ରହିଥିଲା । ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଚାଲିଛି । ମାଓବାଦୀ ଙ୍କର ଏଭଳି କାଣ୍ଡ ଦେଖି ଲୋକେ ଭୟଭୀତ ହୋଇ ପଡିଛନ୍ତି।