ନର୍ଲା (ମପ୍ର) ନର୍ଲା ବ୍ଳକ ଭୀମକେଲା ଗଙ୍ଗାଧର ଭୋଇ ଖେଳ ପଡ଼ିଆରେ କାଳିକେଶ୍ଵରୀ ଗ୍ରାମାଂଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି। ପଲସାପଡା ଓ ଗୁଡାଙ୍ଗଗୁଚ୍ଛା ଦଳ ମଧ୍ୟରେ ଫାଇନାଲ ଖେଳ ହୋଇ ପଲସାପଡା କ୍ରିକେଟ ଟିମ୍ ୫ ଉଇକେଟରେ ବିଜୟୀ ହୋଇ ପୁରସ୍କୃତ ହୋଇଥିଲା। ଏହି ପ୍ରତିଯୋଗିତାରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ବିଜେତା ଦଳ ପଲସାପଡାକୁ ୧୦ ହଜାର ଟଙ୍କା ଓ ଉପ ବିଜେତା ଗୁଡାଙ୍ଗଗୁଛା ଦଳକୁ ୫ ହଜାର ଟଙ୍କା ଉପସ୍ଥିତ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଛି। ଫାଇନାଲ ଖେଳଟିକୁ ପୂର୍ଣ୍ଣଚନ୍ଦ୍ର ସାହୁ, ସୁଦାମ କରୁଆଁ ପରିଚାଳନା କରିଥିଲେ। ଅତିଥି ଭାବେ ନର୍ଲା ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବିଜେଡ଼ି ନେତା ଜୟନ୍ତ ଗଉଡ, ଭୀମକେଲା ସମିତି ସଭ୍ୟା ଆଶାୟୀ ପ୍ରାର୍ଥୀନୀ ସୁମିତ୍ରା ମାଝୀ ପ୍ରମୁଖ ଯୋଗଦାନ କରିଥିଲେ।ଭୀମକେଲା କାଳୀକେଶ୍ଵରୀ କ୍ରିକେଟ ଦଳର ମୁକୁନ୍ଦ ମାଝୀ,ମୁନେଶ ପାତ୍ର, ସୁନୀଲ ମାଝୀ, ଦିନେଶ ପାତ୍ର, ଅମର ବୈଠାରୁ, ଅକ୍ଷୟ ମାଝୀ, ହରିହର ଭୋଇ ଖେଳ ପରିଚାଳନାରେ ସହଯୋଗ କରିଥିବା ବେଳେ ରୋହିତ ସ୍ଵାଇଁ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ।
ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।