ନୂଆପଡା ଜିଲ୍ଲା କୋମନା ବ୍ଲକ ଧରମସାଗର ବସଷ୍ଟେଣ୍ଡ ୩୫୩ ଜାତୀୟ ରାଜପଥ ନିକଟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସୂଚନା ଅନୁଯାଇ ୩୫୩ ନଂମ୍ବର ଜାତୀୟ ରାଜପଥ ରେ ଧରମସାଗର ଗ୍ରାମର କୁଳମଣି ରାଉତ ୧୮ ବର୍ଷ ପେଣ୍ଡରାବନ୍ଦ ଦେଇ ନିଜ ଗାଁ କୁ ଫେରୁଥିବା ବେଲେ ପିକଅପ ଧକ୍କା ଦେଇଥିବାରୁ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି lଏହି ଘଟଣାକୁ ନେଇ ଗ୍ରାମ ବାସୀ ଆଜି ବିଭିନ୍ନ ଦାବି ନେଇ 353 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସେମାନଙ୍କ ଦାବି ହେଲା ଶବ ବ୍ୟବଛେଦ କରାଯାଇ ଶୀଘ୍ର ହସ୍ତାନ୍ତର କରାଯାଉ ଓ ମୃତକ ପରିବାରକୁ10ଲକ୍ଷ ଟଙ୍କା କ୍ଷତିପୂରଣ ସହ ରେଡ଼ କ୍ରସ ରୁ କୋଡିଏ ହଜାର ଟଙ୍କା ଓ ଶବ ସତ୍କାର କରିବାକୁ ହରିଶ୍ଚନ୍ଦ୍ର ଯୋଜନାରେ2000ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ