ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଜିଲ୍ଲାର ଗାଁ ଗହଳି ରାଜନୀତି ବେଶ ସରଗରମ ହେଉଛି l ଅପର ପକ୍ଷେ ପୌରାଧକ୍ଷ ଆସନ ସଂରକ୍ଷଣ ଚୂଡାନ୍ତ ତାଲିକା ପ୍ରକାଶ ପରେ ସହରାଞ୍ଚଳ ରାଜନୀତି କୁ ଉଷ୍ମ କରିଛି l ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ପୌରାଞ୍ଚଳ ଅଧକ୍ଷ ପଦ ଅନୁସୂଚିତ ଜାତି( ଏସ ସି ) ପୁରୁଷ ବର୍ଗଙ୍କ ପାଇଁ ସଂରକ୍ଷଣ ରହି ଥିବା ବେଳେ ଉମରକୋଟ ପୌରାଞ୍ଚଳ ଅଧକ୍ଷ ପଦ ଅନୁସୂଚିତ ଜନଜାତି (ଏସ ଟି) ବର୍ଗ ଙ୍କ ପାଇଁ ସଂରକ୍ଷଣ ରହିଛି l ଏଥର ଜିଲ୍ଲାର ଦୁଇଟି ପୌରାଞ୍ଚଳ ଅଧକ୍ଷ ଆସନ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ପୌରାଞ୍ଚଳରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ବହୁ ନେତା ମାନେ ପଦବୀ ପାଇଁ ଆଶାୟୀ ଥିଲେ l ପଦବୀ ପାଇଁ ବହୁ ସ୍ଥାନୀୟ ନେତା ସେଥିପାଇଁ ଦୀର୍ଘ ଦିନରୁ ନିଜ ନିଜର ଗୋଟି ଚାଳନା କରିଥିଲେ l କିନ୍ତୁ ଅଧକ୍ଷ ପଦ ସଂରକ୍ଷଣ ଘୋଷଣା ହୋଇଥିବାରୁ ଆଶାୟୀଙ୍କ ସବୁ ଯୋଜନା ପଣ୍ଡ ହୋଇଯାଇଛି l ଖାସ କରି ନବରଙ୍ଗପୁର ପୌରାଞ୍ଚଳ ଅଧକ୍ଷ ପଦ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷଣ ରହିଛି l ଅନୁସୂଚିତ ଜାତି ବର୍ଗର ବିଜେପି, ବିଜେଡି ଓ କଂଗ୍ରେସ ଦଳ ର ଆଶାୟୀ ପ୍ରାର୍ଥୀଙ୍କ ପୌରାଧକ୍ଷ ପଦବୀରେ ଲଢ଼ିବାପାଇଁ ଲବି କରୁଥିବା ଦେଖିବାକୁ ମିଳିଛି l ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର କରି ଜଣେ ଅନୁସୂଚିତ ଜାତି (ଏସ ସି) ବର୍ଗଙ୍କ ପାଇଁ ହାତରେ ନବରଙ୍ଗପୁର ସହର ର ବିକାଶ ନ୍ୟସ୍ତ ହେବାକୁ ଯାଉଛି l ତେବେ ସିଧାସଳଖ ଭୋଟ ହେବାକୁ ଥିବାରୁ କ୍ଷମତାସିନ ବିଜେଡି ଓ ବିରୋଧୀ ବିଜେପି , କଂଗ୍ରେସ ଦଳ ପକ୍ଷରୁ ଏହାକୁ ନେଇ ମାନସ ମନ୍ଥନ ଆରମ୍ଭ ହୋଇଗଲାଣି l ଅପର ପକ୍ଷେ ତିନି ପ୍ରମୁଖ ଦଳର ଅନୁସୂଚିତ ଜାତି ବର୍ଗର ଆଶାୟୀ ପ୍ରାର୍ଥୀ ପୋୖରାଧକ୍ଷ ପଦବୀରେ ଲଢ଼ିବା ପାଇଁ ବହୁ ଆଶାୟୀ ରହିଛନ୍ତି l ଆଶାୟୀଙ୍କ ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଭାବେ ଯୁବ ନେତା ତଥା ନଗର କଂଗ୍ରେସ ସଭାପତି ଭିମ ହରିଜନ ଙ୍କ ନାମ ଏକ ପ୍ରକାର ଚୂଡାନ୍ତ ହୋଇଥିବା ଜଣାପଡିଛି l ଏହାକୁ ନେଇ ଭିମ ପୌରାଞ୍ଚଳ ର ବିଭିନ୍ନ ୱାର୍ଡ ସଙ୍ଘଠନ କରିବା ସହ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିବା ଜଣାପଡିଛି l ସେହିପରି ବିଜେଡି ଦଳରୁ ଟିକେଟ ପାଇବା ପାଇଁ ଯୁବ ନେତା ତଥା ପୂର୍ବତନ ଜିଲ୍ଲା ଯୁବ ବିଜେଡି ସଂପାଦକ ସଞ୍ଜୟ ନାୟକ ଆଶାୟୀ ରହିଥିବା ଜଣାପଡିଛି l ସଞ୍ଜୟ ଜଣେ ବିଜେଡି ଦଳର ସକ୍ରିୟ କର୍ମୀ ଭାବେ ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଳାଉ ଥିବା ସହ ବିଜେଡିର ଆଗ ଧାଡ଼ିର ନେତାଙ୍କ ସହ ଭଲ ସମ୍ପର୍କ ରହିଥିବା ଚର୍ଚ୍ଚା ହେଉଛି l ଅନ୍ୟ ପକ୍ଷରେ ପୌରାଧକ୍ଷ ପଦବୀ ପାଇଁ ବିଜେପି ଦଳରୁ ଟିକେଟ ପାଇବା ପାଇଁ ଯୁବ ନେତା ତଥା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ ଆଶାୟୀ ରହିଥିବା ଜଣାପଡିଛି l ସେ ବିଜେପି ଦଳର ବିଭିନ୍ନ ପଦ ପଦବୀ ରହି ଦଳୀୟ କାର୍ଯ୍ୟ ଗୁଡିକୁ ସୁଚାରୁ ରୂପେ ତୁଲାଉଥିବା ଜଣାପଡିଛି lମଧୁସୂଦନ ସାହୁ ନବରଙ୍ଗପୁର
previous post
next post