ଧର୍ମଗଡ– ୯/୨/୨୨-ବର୍ଷୀୟାନ ସାହିତ୍ୟିକ ସୁରେଶ ଚନ୍ଦ୍ର ନେଗୀ ଙ୍କ ଏକଦଶାହ ଉପଲକ୍ଷେ ସ୍ଥାନୀୟ ହୋଟେଲ ରୟାଲ ପେଲେସ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଧର୍ମଗଡ ସିଟିଯେନ୍ ଫୋରମ୍, ବଣିକ ସଂଘ, ମାରୱାଡି ଯୁବା ମଞ୍ଚ ଓ ସାମ୍ୱାଦିକ ସଂଘ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ ସଭା ରେ ଆଇନଜୀବୀ ତୁଷାର ରଞ୍ଜନ ପଟଯୋଷୀ ସଭାପତିତ୍ବ କରିଥିଲାବେଳେ ଡାକ୍ତର ବାବାଜୀ ଚରଣ ଦାସ, ସରକାରି ଓକିଲ ରାଜେନ୍ଦ୍ର ମୁନି, ଅଧ୍ୟାପକ ଲିଙ୍ଗରାଜ ପାତ୍ର, ପୂର୍ବ ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, କାଉନସିଲର ବିବେକ ରଂଜନ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ସ୍ୱର୍ଗତ ନେଗୀ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ୱଳିତ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରଯାଇଥିଲା । ସ୍ୱର୍ଗତ ନେଗୀ ସତୁରୀ ଦଶକ ରେ କଳାହାଣ୍ଡି ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ଯେଉ ଉଦ୍ୟମ କରିଥିଲେ ତାହା ବେଶ ପ୍ରଶଂସନୀୟ । ଗୋଲାମୁଣ୍ଡା ଭଳି ଉପାନ୍ତ ବ୍ଲକ ର ଶୋଷିଆ ଭଳି ନିପଟ ମଫସଲ ଗାଁ ରେ ମଧ୍ୟ ଇଂରାଜି ବିଦ୍ୟାଳୟ ଏବଂ ଦ୍ବାରିକାନାଥ ଉଚ୍ଚ ବିଦ୍ୟାପୀଠ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସ୍ଥାନୀୟ ଅଞ୍ଚଳ ରେ ଶିକ୍ଷା ର ବିକାଶ ପାଇଁ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା । ବୟସର ଉତ୍ତରାୟଣ ରେ ମଧ୍ୟ ସାହିତ୍ୟ ପ୍ରତି ତାଙ୍କର ପ୍ରଗାଢ ଅନୁରାଗ ଓ ପଠନ ରୁଚି ସମସ୍ତଙ୍କୁ ବିସ୍ମିତ କରିଥାଏ । ଜୀବନ ର ଶେଷ ସମୟ ପର୍ଯ୍ୟନ୍ତ ସେ ଧର୍ମଗଡ ସାହିତ୍ୟ ସଂସଦ ର ଜଣେ ସକ୍ରିୟ ସଦସ୍ୟ ରହିବା ସହ ଯୁବ ସାହିତ୍ୟିକ ଙ୍କ ପାଇଁ ପ୍ରେରଣା ର ଉତ୍ସ ଥିଲେ। ଶ୍ରଦ୍ଧାଞ୍ଜଳୀ ସଭା କୁ ବଙ୍କିମ ଚନ୍ଦ୍ର ସାଗର ପରିଚାଳନା କରିଥିଲା ବେଳେ ବିଶ୍ୱଜିତ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ମୋତିଲାଲ ନାଏକ, ପ୍ରତାପ ସୁନାନୀ, ଜନ୍ମେଜୟ ନାଏକ, ଘନଶ୍ୟାମ ଅଗ୍ରୱାଲ , ଶାନ୍ତନୁ କୁମାର ପରିଡ଼ା, ଗୁଣନିଧି ମାଝୀ, ନିରଞ୍ଜନ ମହାପାତ୍ର, ରାଜେଶ କୁମାର ମୁଣ୍ଡ ପ୍ରମୁଖ ସ୍ୱର୍ଗତଃ ନେଗୀଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ । ଅମର ଆତ୍ମାର ସଦଗତି ନିମିତ୍ତ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। (ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ)
previous post
next post