ବୁଧବାର ଦିନିକିଆ ନୂଆପଡା ଜିଲ୍ଲା ଗ୍ରସ୍ତରେ ଆସିଥିବା ଡି ଆଇ ଜି ରାଜେଶ ପଣ୍ଡିତ ଖଡ଼ିଆଳ ଥାନାକୁ ଆସି ଜିଲ୍ଲାର ମାଓ ସ୍ଥିତି ଓ ଆଇନ ସୃଖଂଲା ଉପରେ ଅନୁଧ୍ୟାନ କରିଛନ୍ତି । ଆଉ କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ ଥିବାରୁ ଶାନ୍ତି ସୃଖଂଲା ଶହ ଯେପରି ନିର୍ବାଚନ ହେବ ସେ ଦୃଷ୍ଟିରୁ ନୂଆପଡା ଏସ ପିଙ୍କ ସମେତ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଙ୍କ ଶହ ଆଲୋଚନା କରିଥିବା ପ୍ରକାଶ କରିଛନ୍ତି । ଜିଲ୍ଲାର ମାଓ କାର୍ଯ୍ୟ କଳାପ ଉପରେ ଅପରେସନ କାର୍ଯ୍ୟକୁ ନେଇ ସମୀକ୍ଷା କରିଥିଲେ । ଜିଲ୍ଲାର ମାଓ ଗଡ଼ ଭାବେ ଥିବା ଧରମବନ୍ଧା ଥାନା ଶହ ସିନାପାଲି ବୋଡେ଼ନ ଓ କୋମନା ଥାନା ପାଇଁ ସୂତ୍ରନ୍ତ ଯୋଜନା ପ୍ରସ୍ତୁତ କରାଯାଇଛି। ସେହି ଅଂଚଳ ପାଇଁ ସି ଆର ପି ଫ, ଏସ ଓ ଜି, ଓ ଡି ଭି ଏଫ ଯବାନଙ୍କୁ ନେଇ ଅପରେସନ ପ୍ଲାନ ପ୍ରସ୍ତୁତ ହୋଇଥିବା ପ୍ରକାଶ କରିଛନ୍ତି। ଅନ୍ୟ ପଟେ ଜିଲ୍ଲାରକୁ ଲାଗି ରହିଥିବା ସମସ୍ତ ଛତିଶଗଡ଼ ବୋଡ଼ରକୁ ସିଲ କରାଯିବ ଓ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ଉପରେ ରୋକ ଲଗାଯିବ । ଏଥିପାଇଁ ନକାବନ୍ଦୀ ଚାଲିଥିବା ସୂଚନା ଦେଇଛନ୍ତି । ଜିଲ୍ଲାରେ ଥିବା ଅସାମାଜିକ ବ୍ୟକ୍ତି ଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିର୍ବାଚନ ପ୍ରକ୍ରିୟା ଶାନ୍ତି ଶୃଙ୍ଖକା ଶହ ଯେପରି ହେବ ସେଥି ପ୍ରତି ଦୃଷ୍ଟି ଦିଆଯାଇଛି ବୋଲି ସୂଚନା ଦେଇଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ