ନର୍ଲା ( ମପ୍ର) ନର୍ଲା ବ୍ଳକ ଅନ୍ତର୍ଗତ ପଲସାପଡା (ବୁର୍ଡିପଡା) ନିକଟ ସାନ୍ଦୁଲ ନଦୀ କୂଳରେ ବଣୁଆ ହାତୀ ଆସି ଉପଦ୍ରବ ଆରମ୍ଭ କରିଛନ୍ତି। ଏହି ହାତୀପଲ ପଲସାପଡା ଗ୍ରାମର ଫକୀର ନାଏକଙ୍କ ୨ ଏକର ଜମିରେ ଥିବା କଦଳୀ ବଗିଚାରେ ପଶି ନଷ୍ଟ କରିଛନ୍ତି। ଶ୍ରୀ ନାଏକଙ୍କ ଅଭିଯୋଗ କ୍ରମେ ପ୍ରାୟ ୧୮ ଗୋଟି ହାତୀ କଦଳୀ ବଗିଚାରେ କଦଳୀ ଗଛଗୁଡ଼ିକୁ ଭାଙ୍ଗି ପାଦରେ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ଗତ ଡ଼ିସେମ୍ବର ମାସରେ କମେଗାଁ, ବାଲିପଡା, ଭାନପୁର, ତୁଲାପଡା, କୁର୍ମେଲ, ଗୁଡାଙ୍ଗଗୋଚ୍ଛା, ତିତକେଲା, ପଲସାପଡା ଓ ବୁର୍ଡିପଡା ଗ୍ରାମରେ ହାତୀପଲ ଆସି ବ୍ୟାପକ ଫସଲ ନଷ୍ଟ କରିଥିଲେ। ସେହି ସମୟରେ ଉକ୍ତ ହାତୀପଲରେ ପ୍ରାୟ ୨୯ଟି ହାତୀ ରହିଥିଲେ। ହାତୀମାନେ ନର୍ଲା ରେଞ୍ଜ ଅଚଂଳରେ ଦୀର୍ଘ ଦିନରୁ ରହି ଆସୁଥିବା ବେଳେ ବାରମ୍ବାର ଫସଲ ନଷ୍ଟ କରି ଚାଲିଥିବାରୁ ଚାଷୀ ଘୋର କ୍ଷତିରେ ରହି ଆସୁଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ରାଶି ପ୍ରଦାନ କରାଯିବାକୁ ଚାଷୀ ମହଳରେ ଦାବି ହେଉଛି।
ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।