ଟେମରି -: ଗୋଲାମୁଣ୍ଡା ବ୍ଲକର ସବୁ ପଞ୍ଚାୟତରେ ତ୍ରିସ୍ତରୀୟ ନିର୍ବାଚନର ସରପଞ୍ଚ , ସମିତି ସଭ୍ୟ,ଜିଲ୍ଲା ପରିଷଦ ସଦସ୍ୟ, ୱାର୍ଡମେମ୍ବର ପ୍ରାର୍ଥୀ ପାଇଁ ପ୍ରଚାର ଦିନକୁ ଦିନ ଜୋର ଧରି ଥିବାବେଳେ ରାଜନୀତି ସରଗରମ ବୃଦ୍ଧି ପାଉଛି । ଟେମରି ଗ୍ରାମ ପଞ୍ଚାୟତରେ ପ୍ରାର୍ଥିନିମାନଙ୍କ କଡା ଟକର ଲାଗିରହିଛି ।
ଟେମରି ଓ କୁମ୍ଭାରି ଦୁଇ ଖଣ୍ଡ ଗ୍ରାମକୁ ନେ଼ଇ ଗଠିତ ଟେମରି ଗ୍ରାମ ପଞ୍ଚାୟତ ରେ ୬ଜଣ ସରପଞ୍ଚ ପ୍ରାର୍ଥୀନୀ ସିଡ଼ିଚିହ୍ନରେ ଶ୍ରୀମତୀ ଲକ୍ଷ୍ମୀ ସା, ଲଙ୍ଗଳ ଚିହ୍ନରେ ଶ୍ରୀମତୀ ରେବତୀ ପଧାନ ,ମାଛ ଚିହ୍ନରେ ଶ୍ରୀମତୀ ଯଶୋଦା ସା , ଖୋଲାବହି ଚିହ୍ନରେ ଶ୍ରୀମତି ବିମଳା ସା ,ଖୋଲାଛତା ଚିହ୍ନରେ ରୀନା ପଟେଲ ,ସୂର୍ଯ୍ୟ ଚିହ୍ନରେ ଶ୍ରୀମତୀ ଯାଜ୍ଞସେନି ବାଗ ନିର୍ବାଚନ କୁ ଓହ୍ଲାଇ କଡା ଟକର ଦେଉଛନ୍ତି । ୬ଜଣ ପ୍ରାର୍ଥୀନୀ ସରଳ , ଶାନ୍ତ, ପରୋପକାରୀ , ସମାଜସେବୀ ହୋଇଥିବା ହେତୁ ଲୋକଙ୍କ ମନରେ ସରପଞ୍ଚ ବାଛିବା କଷ୍ଟକର ହୋଇ ପଡ଼ିଛି ।ସେହିପରି ସମିତି ସଭ୍ୟ ପ୍ରାର୍ଥୀନୀ ପାଇଁ ବସ ଗାଡ଼ି ଚିହ୍ନରେ ମାଳତୀ ମାଝୀ , ତାଲାଚାବି ଚିହ୍ନରେ ରିତା ସା ,କେଟଲୀ ଚିହ୍ନରେ ଅଞ୍ଜଳି ନାଏକ ଓ ଷ୍ଟୁଲ ଚିହ୍ନରେ ନିରୁପମା ନାଏକ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ପଞ୍ଚାୟତବାସୀଙ୍କଠୁ ଯିଏ ଆମ ପାଇଁ ଭଲ କାମ କରିବ ତାକୁ ହିଁ ଭୋଟ ଦେବା ଚର୍ଚ୍ଚା ହେଉଛି । ଜଗ ଜ୍ୱିବନ୍ ସା ଙ୍କ ରିପୋର୍ଟ