ଭବାନୀପାଟଣା ତା ୧୦.୨.୨୦୨୨ରିଖ : ଗତ ୯.୨.୨୦୨୨ ରିଖ ସନ୍ଧ୍ୟା ୬.୩୦ ମୀ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀ ଚନ୍ଦନ ଙ୍କ ଅଧ୍ୟକ୍ଷତା ରେ ଭର୍ଚୁଆଲ ମୋଡରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ କାର୍ଯକ୍ରମ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସ୍ଵମ ନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ତମାଖୁ ସେବନର ର କୁପ୍ରଭାବ,ତମାଖୁ ଉତ୍ପାଦନ, ପ୍ରସାର ତଥା ସେବନକୁ ନିରୁତ୍ସଆହିତ କରିବା ଏବଂ ଏ ସଂବ୍ ଧୀୟ ବିଶେଷ କାର୍ଯକ୍ରମ ହାତକୁ ନେଇଛି ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ। ଜିଲ୍ଲା ତମାଖୁ ନିୟନ୍ତ୍ରଣ ୟୁନିଟ ଏ ବିଷୟ ରେ ସଚେତନତା ସୃଷ୍ଟି ସହ ପ୍ରବର୍ତ୍ତନ ଅଧିକାରୀ ମାନଙ୍କ ଦ୍ଵାରା ଧରପଗଡ, ଫା ଇ ନ ଆଦାୟ , ଶିକ୍ଷା ଅନଷ୍ଠାନ ମାନଙ୍କରେ ସଚେତନତା କାର୍ଯକ୍ରମ ଅନୁଷ୍ଠିତ କରାଇଥାଏ। COPTA ଆଇନ୍ ଅନୁଯାୟୀ ଧାରା ୪ ରେ ସର୍ବ ସାଧାରଣ ସ୍ଥାନରେ ଧୂମପାନ ୨୦୦ ଟଙ୍କା ଫାଈ ନ, ଧାରା ୫ ଅନୁଯାୟୀ ତମାଖୁ ର ପ୍ରଚାର କଲେ ୨ ବର୍ଷ ଜେଲ ସହ ୧୦୦୦ ଟଙ୍କା ଫାଇନ ଦ୍ଵିତୀୟ ଥର ସେଇ ଅପରାଧ କଲେ ୫ ବର୍ଷ ଜେଲ ସହ ୫୦୦୦ ଟଙ୍କା ଫାଇନ ସେଭଳି ଧାରା ୬ a & b ଅନୁଯାୟୀ ଶିକ୍ଷାନଷ୍ଠାନର ୧୦୦ ୟାର୍ଡ ମଧ୍ୟରେ ନାବାଳକ କୁ ତମାଖୁ ବିକ୍ରୟ କଲେ ୨୦୦ ଟଙ୍କା ଫାଇନ ବ୍ୟବସ୍ଥା ରହିଛି। ୨୦୨୧-୨୨ ରେ ଜିଲ୍ଲା ରେ ୧୩୫ ଜଣଙ୍କୁ ଧରା ଯାଇ ମୋଟ୍ ୨୫୭୦୦ ଟଙ୍କା ଫାଇନ କରାଯାଇଥିଲା। ଶିକ୍ଷାନୁଷ୍ଠାନ ମାନଙ୍କୁ ତମାଖୁ ବିହୀନ ଅନୁଷ୍ଠାନ ରେ ପରିଣତ କରାଯାଉଛି। ସମସ୍ତେ ବର୍ତ୍ତମାନ ଯୁବକ ମାନଙ୍କ ମଧ୍ୟରେ ସିଗାରେଟ ଓ ବିଡି ର ସେବନ ବହୁତ୍ କମିଯାଇଛି ଯାହା କେବଳ ଗୁଟଖା ର କିଛି ବ୍ୟବହାର ରହୁଛି ତାକୁ କମେଇବା ପାଈଁ ବିଶେଷ ପଦକ୍ଷେପ ନିଆଯାଉଛି। ସଭରେ ଅନ୍ୟମାନଙ୍କ ମଧ୍ୟରେ ସି ଡି ଏମ ଓ ଶ୍ରୀ ରଞ୍ଜନ ମିତ୍ର,ଏ ଏମ, ଏନ୍ ସି ଡ଼ି,ଶ୍ରୀ ହିମାଂଶୁ ଶେଖର ବାରିକ , ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ପି ଏମ ଅବନୀ ମହାପାତ୍ର, ଡି ଇ ଓ , ଇ ଓ, ପୌରପାଳିକା,ଭବାନୀପାଟଣା, ଅବକାରୀ ଅଧିକ୍ଷକ,ଜିଲ୍ଲା ଶ୍ରମ ଅଧିକାରୀ, ଅଧ୍ୟ କ୍ଷ, ଜେ ପି ସନ୍ଧ୍ୟା ମହାବିଦ୍ୟାଳୟ,ପ୍ରଧାନ ଶିକ୍ଷକ, ବି ଏମ୍ ହାଇସ୍କୁଲ ବି ଡି ଓ , ଭବାନୀପାଟଣା ପ୍ରମୁଖ ଉପସ୍ଥିତ ଥିଲେ।
previous post