ଉତ୍କେଲା,୧୦/୦୨,କେସିଙ୍ଗା ବ୍ଲକ ଉତ୍କେଲା ବଙ୍ଗଳା ପଡା ରେ ଲାଗିଥିବା ସୋଲାର ନଳକୁପ ଦେଢ ବର୍ଷ ରୁ ଅଧିକ ହେଲାଣି ଅଚଳ ହୋଇ ପଡିଥିଲା। ପଡାଲୋକେ ଗଣ ମାଧ୍ୟମରେ ଜରିଆରେ ଖବର ପ୍ରକାଶିତ କଲାପରେ ମଧ୍ୟ କେହି ସଜାଡିବା ପାଇଁ ଆସି ନଥିଲେ। ଶେଷରେ ପଞ୍ଚାୟତ ନିର୍ବାଚନ ରେ ଉଠିଥିବା ଉତ୍କେଲା ଗ୍ରାମପଞ୍ଚାୟତ ର ୦୪ନଂ ଓ୍ବାର୍ଡ ମେମ୍ବର ପ୍ରାର୍ଥୀନି ମଧୁପ୍ରିୟା ପଣ୍ଡା ଓ୍ବାର୍ଡ ରେ ତାଙ୍କରି ପ୍ରଚାର ସମୟରେ ପଡାଲୋକେ ତାଙ୍କୁ ସୋଲାର ନଳକୁପଟି ବହୁଦିନ ଧରି ଅଚଳ ଥିବାର ଦୃଷ୍ଟି ଆକର୍ଷଣ କରିବାରୁ ଶ୍ରୀମତି ମଧୁପ୍ରିୟା ପଣ୍ଡା ନିଜ ହାତରୁ ଅର୍ଥ ଖର୍ଚ କରି ସୋଲାର ପମ୍ପଟିକୁ ସଜାଡି ଦେଇ ଥିବାର ଦେଖିବାକୁ ମିଳିଛି। ତାଙ୍କରି ଏପରି କାର୍ଯ୍ୟ କୁ ଦେଖି ପଡାଲୋକ ବହୁ ପ୍ରଶଂସା କରିଛନ୍ତି। ଉତ୍କେଲା ର ୦୪ନଂ ଓ୍ବାର୍ଡ ରେ ଅଣ ସଂରକ୍ଷିତ ଥିବାବେଲେ ଦୁଇଜଣ ପ୍ରାର୍ଥୀନି ମଧୁପ୍ରିୟା ପଣ୍ଡା ବିପକ୍ଷରେ କଲ୍ୟାଣି ଗଉଡ ଲଢୁଛନ୍ତି। ସେ ଜିତିଲେ ପଡାର ଉନ୍ନତି ମୁଳକ କାର୍ଯ୍ୟ କରିବା ସହ ଦୁଃଖ ସୁଖ ରେ ଆପଣ ମାନଙ୍କ ସାଥିରେ ସଦାବେଲେ ଛିଡା ହେବେ ବୋଲି ଶ୍ରୀମତି ପଣ୍ଡା ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରି ଭୋଟ ମାଗୁଛନ୍ତି। ଅର୍ଜୁନ ପୋ ଡ଼ ଙ୍କ ରିପୋର୍ଟ