ଭୁବନେଶ୍ୱର:- ଗତ ଫେବୃୟାରୀ ୧୦ ତାରିଖ ଦିନ ରାଜ୍ୟ ନିର୍ବାଚନ କମିଶନ ଙ୍କ ଆହ୍ୱାନ କ୍ରମେ ଆଗାମୀ ପୌରାଞ୍ଚଳ ନିର୍ବାଚନ ନେଇ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ରାଜ୍ୟର ୧୦୭ ଟି ପୌର ପରିଷଦ ଓ ୩ ଟି ପୌର ନିଗମ ରେ ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ରାଜନୈତିକ ଦଳର ନେତା ମାନଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।ଚଳିତ ଥର ପୌର ନିର୍ବାଚନ ଇଭିଏମ (ଇଲେକ୍ଟ୍ରୋନିକ ଭୋଟିଂ ମେସିନ) ଜରିଆରେ କରାଯିବ। ପ୍ରଥମ ଥର ସକାଶେ ପୌାରାଧ୍ୟକ୍ଷ ଓ ମେୟର ପଦବୀ ପାଇଁ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହେବ।ଗୋଟିଏ ବୁଥରେ ଦୁଇଟି ଲେଖାଏଁ ଉଭିଏମ୍ ରଖାଯିବ।ସେଥିରୁ ଗୋଟିଏ ଇଭିଏମ୍ କାଉନସିଲର/ କର୍ପୋରେଟର ଙ୍କୁ ଭୋଟ ଦେବା ପାଇଁ ଉଦ୍ଦିଷ୍ଟ ଏବଂ ଅନ୍ୟଟି ପୌରାଧକ୍ଷ୍ୟ/ ମେୟର ଙ୍କୁ ଭୋଟ ଦେବା ସକାଶେ ରହିବ।ପ୍ରାର୍ଥୀ ମାନେ ସତ୍ୟପାଠ ଓ ଶପଥ ପତ୍ର ଦାଖଲ ନ କଲେ ପ୍ରାର୍ଥୀପତ୍ର ନାକଚ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।ତେବେ,ମତଦାନ ସମୟ ନେଇ ରାଜନୈତିକ ଦଳ ମାନେ କିଛି ପ୍ରସ୍ତାବ ଦେଇ ନ ଥିବା ଜଣାପଡିଛି। ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ
previous post