ନବରଙ୍ଗପୁର ତା ୧୦/୦୨ ନବରଙ୍ଗପୁର ସ୍ଥିତ ଖିଷ୍ଟିଆନ ହସ୍ପିଟାଲ୍ ରେ ଜିଲ୍ଲାର ତଥା ଜିଲ୍ଲା ବାହାରୁ ଆସି ଚିକିସ୍ଥି ତ ହେଉଥିବା ରୋଗୀମାନଙ୍କର ଉତ୍ତମ ଚିକିତ୍ସା ବିଶେଷ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ୍ ସ୍ବାସ୍ଥ୍ୟ କାର୍ଡ ଧାରୀ ଠିକ୍ ଭାବରେ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ସେସମ୍ପର୍କରେ ପଚାରି ବୁଝିବା ପାଇଁ ଆଜି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଏସପି ପିଏସ୍ ପୁରୁଷୋତ୍ତମଦାସ ଖିସ୍ତି ଆନ ହସ୍ପିଟାଲ୍ ପରିଦର୍ଶନ କରିଥିଲେ। ହସ୍ପିଟାଲ୍ ର ସୁପରିଁନ ଟେଣ୍ଡ୍ଡ, ଡକ୍ଟର ସନ୍ତୋଷ କୁମାର ନାଗ, ଏବଂ ତାଙ୍କ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଳ,ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଡକ୍ଟର ମିଶ୍ର, ଏସପି, ଶ୍ରୀ ପୁରୋଷୋତମ୍ ଦାସ, ରୋଗୀମାନେ ଚିକିତ୍ସିତ ହେଉଥିବା ସମସ୍ତ ୱାର୍ଡ ବୁଲି ସମସ୍ତଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ।
ହସ୍ପିଟାଲ୍ ରେ ମିଳୁଥିବା ଉତ୍ତମ ସେବା ଏବଂ ବିଶେଷ କରି ବିଜୁ କଲ୍ୟାଣ ସ୍ବାସ୍ଥ୍ୟ ସ୍ମାର୍ଟ୍ ସ୍ବାସ୍ଥ୍ୟ କାର୍ଡ ଦ୍ଵାରା ସରକାରଙ୍କଠାରୁ ପାଉଥିବା ସ୍ୱତନ୍ତ୍ର ସୁବିଧା ସମ୍ପର୍କରେ ଚିକିତ୍ସିତ ହେଉଥିବା ରୋଗୀ ମାନେ ଖୁସି ଥିବା କହି ଏଥି ପାଇଁ ଜିଲ୍ଲାପାଳଙ୍କୁ ପ୍ରଶଂସା କରିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ୍ ହେଲ ଥ କାର୍ଡ ଉପ ଭୋକ୍ତା କିପରି ଏହାର ସୁଫଳ ପାଇବେ ସେସଂପର୍କରେ ଜିଲ୍ଲାପାଳ ସୂଚନା ଦେଇ ସମସ୍ତ ରୋଗୀଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।ମଧୁସୂଦନ ସାହୁ ନବରଙ୍ଗପୁର