ଫୁଲବାଣୀ -: ଆଜି ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ଭନ୍ସଲ ହେଲିକପ୍ଟର ଯୋଗେ ଆସି ଅପରାହ୍ନ ୩.୨୦ ମିନିଟ ରେ ଫୁଲବାଣୀ ମାଦିକୁନ୍ଦା ରିଜର୍ଭ ପୋଲିସ ପଡ଼ିଆ ଠାରେ ଅବତରଣ କରିଥିଲେ। ତାପରେ ପୋଲିସ ମହାନିର୍ଦ୍ଦେଶକ କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ କୁ ଯାଇ ସେଠାରେ ଜିଲ୍ଲାରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ସହ ହେବ ଏବଂ ସମସ୍ତ ଭୋଟର ମାନେ ନିର୍ଭୟରେ କିପରି ନିଜର ମତ ଦାନ କରିପାରିବେ ସେ ନେଇ ଜିଲ୍ଲା ର ସମସ୍ତ ଥାନା ଅଧିକାରୀ , ଏସପି କନ୍ଧମାଳ ଓ ପୋଲିସ ଅଧିକାରୀ ମାନଙ୍କ ଉପସ୍ଥିତ ରେ ସମୀକ୍ଷା କରିଥିଲେ। ମାଓବାଦୀ ମାନେ ଯେଉଁ ଅଞ୍ଚଳରେ ବେଳେ ବେଳେ ବିଚରଣ କରୁଛନ୍ତି ଗୋଇନ୍ଦା ସୂତ୍ରରୁ ଖବର ମିଳିଛି ସେହି ଅଞ୍ଚଳରେ ଆହୁରି ଅଧିକ ଫୋର୍ସ ମୁତୟନ କରିବା ନିମନ୍ତେ ଏସପି ଶ୍ରୀ ଅଗ୍ରୱାଲ ଙ୍କ ସହ ଆଲୋଚନା ହୋଇଥିଲା। କ୍ରାଇମ ପରିସ୍ଥିତି କୁ ନେଇ ସମୀକ୍ଷା ଡିଜି ଭନ୍ସଲ କରିଥିଲେ।
ମାଓବାଦୀ ମାନେ ହିଂସା ପରିତ୍ୟାଗ କରି ପୋଲିସ ନିକଟରେ ଆତ୍ମସମର୍ପଣ କରି ସାମାଜିକ ସ୍ରୋତରେ ସାମିଲ ହୋଇ ଓଡ଼ିଶା ସରକାରଙ୍କ ର ଯେଉଁ ଆତ୍ମସମର୍ପଣ ଓ ଥଇଥାନ ସୁବିଧା ଯୋଜନା ରହିଛି ସେହି ସୁଯୋଗ ପାଆନ୍ତୁ ବୋଲି ଆୟୋଜିତ ସାମ୍ବାଦିକ ରେ ଆହ୍ୱାନ କରିଥିଲେ। ଉକ୍ତ ସମୀକ୍ଷା ବୈଠକରେ ରାଜ୍ୟ ଗୋଇନ୍ଦା ନିର୍ଦେଶକ ଲଳିତ ଦାସ, ଆଇଜି ବିଏସଏଫ ଏସ ବୁଦ୍ଧ କୋଠୀ, ଆଇଜି ଅପରେସନ ଅମିତାଭ ଠାକୁର, ଦାକ୍ଷିଣାଞ୍ଚ ଆଇଜି ସତ୍ୟବ୍ରତ ଭୋଇ, ଉତ୍ତର ରେଞ୍ଜ ସମ୍ବଲପୁର ଦୀପକ କୁମାର ବରିଷ୍ଠ,ସ୍ୱତନ୍ତ୍ର ପୋଲିସ ଅଧିକାରୀ ମନୋଜ ଛାବ୍ରା, ଡି ଆଇ ଜି ଏସ ଆଇ ଡବ୍ଲୁ ଅନିରୁଦ୍ଧ ସିଂ,କନ୍ଧମାଳ ଜିଲ୍ଲା ଏସ ପି ଭିନିତ ଅଗ୍ରୱାଲ,କଳାହାଣ୍ଡି ଏସପି ଶ୍ରବଣ ଭିବେକ,ବରଗଡ଼ ଏସପି ରାହୁଲ ଜୈନ, ବଲାଙ୍ଗୀର ଏସପି ନିତିନ କୁସଲକର,ବୌଦ୍ଧ ଏସପି ଜ୍ଞାନ ରଞ୍ଜନ ମହାନ୍ତି, ଏସଡ଼ିପିଓ ବାଲିଗୁଡା ଜି. ରଘୁଭେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ
next post