ବିପଦରେ ହାତୀ ବଂଶ
ନର୍ଲା (ମପ୍ର) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଚଂଳରେ ଦୁଇ ଗୋଟି ହାତୀର ମୃତ୍ୟୁ ଘଟିଛି। ଗତ ଫେବୃଆରୀ ୯ ତାରିଖ ଦିନ ବିଦ୍ୟୁତ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ନର୍ଲା ଜାମପଡା ନିକଟରେ ଘଟିଥିବା ବେଳେ ପୁଣି ଗତ କାଲି ଏକ ଦନ୍ତାହାତୀର ମୃତ୍ୟୁ ବାଗପୁର ଓ ଜାମପଦର ରାସ୍ତାର କିଛି ଦୂରରେ ଘଟିଯାଇଛି। ଦୀର୍ଘ ଦିନ ଧରି ନର୍ଲା ଅଚଂଳରେ ହାତୀପଲ ବିଭିନ୍ନ ଗାଁ ମୁହାଁ ହୋଇ ଅନେକ ଫସଲ ମଧ୍ୟ ନଷ୍ଟ କରିସାରିଛନ୍ତି। ଏହା ପୂର୍ବରୁ ବାଲିପଡା ନିକଟରେ ଏକ ହାତୀ ଶାବକର ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ ଗତ କାଲି ରାତିରେ ମୃତ ଦନ୍ତାହାତୀର ଶରୀରରେ ଅନେକ କ୍ଷତବିକ୍ଷତ ଚିହ୍ନ ପରେ ହାତୀପଲ ମଧ୍ୟରେ ସଂଘର୍ଷ ଘଟି ଏହି ଦନ୍ତାହାତୀର ମୃତ୍ୟୁ ହୋଇଥିବା ସନ୍ଦେହ ପ୍ରକାଶ ପାଉଛି। ହାତୀ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ମୃତ୍ୟୁର କାରଣ ଜଣାପଡିବ ବୋଲି ବନପାଳ ଭବାନୀ ନାଏକ ଜଣାଇଛନ୍ତି। ହାତୀପଲ ଉପରେ ନଜର ରଖିଥିବା ବନବିଭାଗ ଓ ବିଦ୍ୟୁତ ବିଭାଗର ସମନ୍ବୟର ଅଭାବ ଯୋଗୁଁ ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ ଘଟିଥିବା ଦର୍ଶାଇ ପ୍ରାଣୀପ୍ରେମୀ କ୍ଷୋଭ ପ୍ରକାଶ କରୁଥିବା ବେଳେ ପ୍ରକୃତ ଅବହେଳାକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି