ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ର ଜୋନ ନ ୬ ରେ ଜୋର୍ ଧରିଛି ପ୍ରଚାର । ଏଥିରେ ବିଜୁ ଜନତା ଦଳ ପକ୍ଷରୁ ମାଲ୍ୟବନ୍ତ ସୁନା ଜିଲ୍ଲା ପରିଷଦ ଭାବେ ନିର୍ବାଚନ ଲଡୁଥିବା ବେଳେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ମନୋଜ ମିଶ୍ର ,ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ପର୍ଯ୍ୟବେକ୍ଷକ ହରେକୃଷ୍ଣ ଷଡ଼ଙ୍ଗୀ, ଜିଲ୍ଲା ସମ୍ପାଦକ ଦିନେଶ ପ୍ରସାଦ ତିୱାରୀ ପ୍ରଚାର କୁ ଜୋରଦାର ଚଲେଇ ଥିବା ଓ କଂଗ୍ରେସ ଦଳ ପାଇଁ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କ ସମେତ ଯୁବ କଂଗ୍ରେସ ସଭାପତି କପିଳେନ୍ଦ୍ର ଭୋଇ ନିଜ ନିର୍ବାଚନ ମଣ୍ଡଳୀର ଖଡ଼ିଆଳ ନମ୍ବର ୬ ଯୋନ ରେ ଜୋରଦାର ନିର୍ବାଚନ ପ୍ରଚାର କରି କଂଗ୍ରେସ ଦଳକୁ ବିଜୟୀ କରିବା ଲକ୍ଷ୍ୟ ରଖିଛନ୍ତି । ପ୍ରଚାର ଜାରି ରଖୁଥିବା ବେଳେ ନିଜ କଂଗ୍ରେସ କର୍ମୀ ମାନଙ୍କୁ ଉତ୍ସାହିତ କରି ପ୍ର। ଥି ପାଇଁ ଘର ଘର ବୁଲି ପ୍ରଚାର କରୁଛନ୍ତି । ଶନିବାର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ନେହେନା ଗ୍ରାମ ପଞ୍ଚାୟତର ନେହେନା, ଚିଚେର, ତୋରଲୀ ଓ ବିଛନାପଲି ଗ୍ରାମରେ ଭୋଟ ପ୍ରଚାର କରି ଜୋନ ନମ୍ୱର ୬ ର ଜିଲ୍ଲା ପରିଷଦ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠିଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ ।
ସେହିପରି ଭାରତୀୟ ଜନତା ପାର୍ଟି ପକ୍ଷରୁ ଲିଲି ମେଘ୍ ଜିଲ୍ଲା ପରିଷଦ ପ୍ରାର୍ଥୀ କରିଥିବା ବେଳେ ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି,ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଜୋର୍ ସୋର ରେ ପ୍ରଚାର କରୁଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post