ଫୁଲବାଣୀ -: ଆଜି କନ୍ଧମାଳ ଜିଲ୍ଲା ଜାତୀୟ କଂଗ୍ରେସ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବା ନିମନ୍ତେ କଂଗ୍ରେସ ଇସ୍ତା ହାର ପ୍ରସ୍ତୁତ କରି ନିର୍ବାଚନ ପ୍ରଚାର କରୁଥିବା ବେଳେ ଫୁଲବାଣୀ ପ୍ରେସକ୍ଲବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କନ୍ଧମାଳ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିସ୍ମୟ ମହାପତ୍ର , କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ,ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଚନ୍ଦ୍ର ଶେଖର ପରିଡା,କନ୍ଧମାଳ ଜିଲ୍ଲା କଂଗ୍ରେସ ଡିଜିଟାଲ ଅଧ୍ୟକ୍ଷ ନନ୍ଦକିଶୋର ଦାସ ପ୍ରମୁଖ ଉପସ୍ଥିତ ରହି ରାଜୀବଗାନ୍ଧୀ ପଞ୍ଚାୟତରାଜ ସଙ୍ଗଠନ ଓଡ଼ିଶା ୨୦୨୨ ପଞ୍ଚାୟତ ନିର୍ବାଚନ ନିର୍ବାଚନ ଇସ୍ତହାର ପ୍ରକାଶ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ପ୍ରଭାରୀ ଶ୍ରୀ ମହାପାତ୍ର କନ୍ଧମାଳ ଜିଲ୍ଲାର ୩ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଫୁଲବାଣୀ ,ଜି.ଉଦୟଗିରି,ବାଲିଗୁଡା ର ଲୋକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ର ସମସ୍ୟା ବୁଝି ଏହି ନିର୍ବାଚନ ଇସ୍ତହାର ପ୍ରସ୍ତୁତ କରାଯାଇଛି। କଂଗ୍ରେସ ଯେଉଁ ଇସ୍ତହାର ପ୍ରକାଶ କରିଛି ଏହା ଆଜି ଲୋକ ଯେଉଁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ସେହି ସମସ୍ୟା କୁ ନେଇ ପ୍ରସ୍ତୁତ କରାଯାଇଛି। ଲୋକମାନେ ତାଙ୍କର ମୌଳିକ ସୁବିଧା କିପରି ପାଇ ପାରିବେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଧିନସ୍ଥ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ସୋସିଆଲ ଅଡିଟ କରାଯିବା ସହ ସୂଚନା ଅଧିକାର ଅନ୍ତର୍ଭୂକ୍ତ କରାଯିବ। ଗ୍ରାମସଭା ର ବିନା ଅନୁମତି ରେ ଯେଭଳି ମଦ ଦୋକାନ ଖୋଲା ଯାଇପାରିବ ନାହିଁ। ଚାଷୀ ଙ୍କ ନିମନ୍ତେ ସୋଲାର ପମ୍ପ ଓ ଚେକ ଡ୍ୟାମ ଦ୍ୱାରା ଜଳ ସେଚନ। ଜଙ୍ଗଲଜାତ ଦ୍ରବ୍ୟ ର ଉଚିତ ମୁଲ୍ୟପ୍ରଦାନ,ଜଙ୍ଗଲ ଜମି ପଟା ପ୍ରଦାନ। କନ୍ଧମାଳ ହଳଦୀ ର ଉପଯୁକ୍ତ ମୁଲ୍ୟପ୍ରଦାନ ଓ ବିକ୍ରିବଟା ବଜାର ସୃଷ୍ଟି କରିବା । ଯେଉଁ ଗାଁ କୁ ରାସ୍ତା ନାହିଁ ଗମନା ଗମନ ର ସୁବ୍ୟବସ୍ଥା, ପିଲା ମାନଙ୍କ ପାଠ ପଡା ନିମନ୍ତେ ମୋବାଇଲ ଟାୱାର ସ୍ଥାପନ, ଶିକ୍ଷା ର ମାନଦଣ୍ଡ ବୃଦ୍ଧି ନିମନ୍ତେ ଉନ୍ନତି କରଣ ଯୋଜନା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତରୀ ଆଭାଵ ପୂରଣ। ଉଚିତ ସମୟରେ ଉଚିତ ସ୍ଥାନରେ ଆମ୍ବୁଲାନ୍ସ ପହଞ୍ଚି ବାର ବ୍ୟବସ୍ଥା। ସ୍ୱଂୟ ସହାୟିକା ଗୋଷ୍ଠୀ ମାଆ ମାନଙ୍କ ପ୍ରତି ହେଉଥିବା ଦୁର୍ନୀତି ରୋକିବା ସହ ମାଆ ମାନେ ରୋଜଗାର କ୍ଷମ କାର୍ଯ୍ୟ କରିବା ନିମନ୍ତେ କମ ସୁଧରେ ଋଣ ପ୍ରଦାନ। ବର୍ତ୍ତମାନ ପଞ୍ଚାୟତ ରାଜ ବ୍ୟବସ୍ଥା ର ଅପବ୍ୟବହାର ହେଉଛି ,ଜିଲ୍ଲା ଓ ବ୍ଲକ କମିଟି ର ମିଳିତ ଏକ ନିୟମାବଳୀ ପ୍ରସ୍ତୁତ କରାଯାଇ ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି ଗଠନ । ଏହି ସମସ୍ତ ଇସ୍ତହାର କୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛି ବୋଲି ପ୍ରଭାରୀ କହିଥିବା ବେଳେ ବାସ୍ତବ କ୍ଷେତ୍ରରେ ଜିଲ୍ଲା ରେ ଲୋକମାନେ ଯେଉଁ ସମସ୍ୟା ଭୋଗୁଛନ୍ତି ସେହି ମୁଦା କୁ ନେଇ କଂଗ୍ରେସ ପଞ୍ଚାୟତ ନିର୍ବାଚନ ଲଢ଼ୁଛି । କଂଗ୍ରେସ ଭଲ ସ୍ଥିତିରେ ରହିଛି। କନ୍ଧମାଳ ଜିଲ୍ଲାର ୧୮ ଗୋଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ କଂଗ୍ରେସ ୧୨ଟି ଆସନ ରେ ବିଜୟ ହେବ ବୋଲି ଜିଲ୍ଲା ସଭାପତି ଅନାମ ନାୟକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼କ୍ତି ପ୍ରକାଶ କରିଛନ୍ତି। ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ।
previous post
next post