ନୂଆପଡା : ଆସନ୍ତା ଫେବୃଆରୀ ମାସ 20 ତାରିଖ ରେ ଖଡ଼ିଆଳ ବ୍ଲକ ରେ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ତ୍ରିସ୍ତରୀୟ ନିର୍ବାଚନ କୁ କେମିତି ହିଂସା ମୁକ୍ତ କରାଯାଇ ପାରିବ , ସମସ୍ତ ପ୍ରାଥି ନିର୍ବାଚନ ଆୟୋଗ ଙ୍କ ଆଚରଣ ବିଧି ବ୍ୟବସ୍ଥା କୁ ମାନିବେ ତାହା ଉପରେ ଏକ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା । ସେଥିପାଇଁ ଖଡ଼ିଆଳ ଥାନା ଅନ୍ତର୍ଗତ ଅରେଡା ଗ୍ରାମ ପଞ୍ଚାୟତ ସମେତ ଅମାଳାପଲି , ମୋହରା, ଭୁଳିଆ ସିକୁଆଁ ଗ୍ରାମ ପଞ୍ଚାୟତ, ଲାଞ୍ଜି ଗ୍ରାମ ପଞ୍ଚାୟତ ଓ ତୁକୁଲା ଗ୍ରାମ ପଞ୍ଚାୟତ ରେ ପୁଲିସ ତରଫରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । କୌଣସି ଲୋକ ନିର୍ବାଚନ ଆଚରଣ ବିଧି ଉଲଂଘନ କରନ୍ତି ସାଙ୍ଗେ ସାଙ୍ଗେ ପୁଲିସ କୁ ଖବର ଦେବା ପାଇଁ ଜନ ସାଧାରଣ ଙ୍କୁ ଅନୁରୋଧ କରାଯାଇଥିଲା । ଏହି ପ୍ଲାଗ ମାର୍ଚ୍ଚ ସମୟ ରେ ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ , ଖଡ଼ିଆଳ ଆଇଆଇସି ଅରବିନ୍ଦ ମୁଦୁଲି ସମେତ ଅନ୍ୟାନ୍ୟ ପୁଲିସ କର୍ମଚାରୀ ମାନେ ସାମିଲ ହୋଇଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ