ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ବର, ଝଗ୍ରାହି ,ସିଆଲଟି, ଦର୍ଲିପଡା ଗ୍ରାମ ପଞ୍ଚାୟତ ରେ ଏକ ୧୮ ବର୍ଷ ପୁରି ନଥିବା ଝିଅଙ୍କ ବାଲ୍ୟ ବିବାହକୁ ଅଟକାଇଲା ଚାଇଲ୍ଡ ଲାଇନ ଓ ଜିଲ୍ଲା ପ୍ରଶାସନ । କୁରେଶ୍ବର, ଝଗ୍ରାହି,ସିଆଲଟି , ଦର୍ଲିପଡା ଗ୍ରାମ ପଞ୍ଚାୟତ ଚଳିତ ଫେବୃଆରୀ ଓ ମାର୍ଚ୍ଚ ମାସରେ ରେ ବିବାହ ହେବାକୁ ଯାଉଥିଲା, କିନ୍ତୁ ଝିଅଙ୍କର ବୟସ ହୋଇନଥିବା ଯୋଗୁ ଚାଇଲ୍ଡଲାଇନ ର ସଚେତନତା କାର୍ଯ୍ୟକର୍ମ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ଝିଅଙ୍କର ବୟସ ୧୮ ବର୍ଷରୁ କମ । କୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ଚାଇଲ୍ଡଲାଇନର ମିଳିତ ଆନୁକୁଲ୍ୟରେ ବିବାହ ହେବାକୁ ଥିବା ଝିଅ ଘରକୁ ଯାଇ ନୂଆପଡା ଚାଇଲ୍ଡ ଲାଇନ ଏବଂ କୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ଭଦ୍ର ବ୍ୟକ୍ତି, ଅଙ୍ଗନବାଡି କର୍ମୀଙ୍କ ଉପସ୍ଥିତିରେ ବିବାହ ହେବାକୁ ଥିବା ଝିଅ ଓ ପୁଅ ଘରର ପ୍ରାଙ୍ଗଣରେ ବସି ଭଦ୍ରବ୍ୟକ୍ତି ଙ୍କ ଉପସ୍ଥିତରେ ପରିବାରଙ୍କୁ ବାଲ୍ୟ ବିବାହ ଆଇନ , ବାଲ୍ୟ ବିବାହର ଭୟା ଭୟ ପରିଣିତି, ବାଲ୍ୟ ବିବାହର କୁପରିଣାମ ଉପରେ ଆଲୋଚନା କରି ଉକ୍ତ ପରିବାରଙ୍କୁ ସଚେତନ କରଯାଇଥିଲା । ସଚେତନ କଲାପରେ ଚୁକ୍ତିନାମାରେ ସ୍ଵାକ୍ଷର କରାଇବା ସହ ବାହାଘରକୁ ଅଟକାଯାଇଥିଲା । ଉକ୍ତ ନାବାଳିକା ଓ ବାଳକଙ୍କର କୌଣସି ଯତ୍ନ ସୁରକ୍ଷାରେ ଅବହେଳା ନ କରନ୍ତି ସେଥିପାଇଁ ମଧ୍ୟ ପରିବାର ଲୋକ ଙ୍କୁ ସଚେତନ କରା ଯାଇଥିଲା । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post