ରାୟଗଡା:୧୩/୨-ମ.ନି.ସ:- କରୋନା ସଂକ୍ରମଣ ବଢିବା ପରେ ଗତ ଦେଢବର୍ଷ ହେଲା ସମଲେଶ୍ବରୀ ଏକ୍ସପ୍ରେସ କୁ ବନ୍ଦ ରଖିଥିଲା ରେଳ ଓ୍ବେବୋର୍ଡ ବହୁ ଦାବି ପରେ ଗତ ୧ ମାସ ତଳେ ରେଳ ବିଭାଗ ସମଲେଶ୍ବରୀ ଏକ୍ସପ୍ରେସ କୁ ନୂଆ କଳେବର ଦେଇ ଚଳାଇବାକୁ ଅନୁମତି ପ୍ରଦାନ କରିଥିଲା। ହୀରାଖଣ୍ତ ପରେ ସମଲେଶ୍ବରୀ ଏକ୍ସପ୍ରେସରେ ଜର୍ମାନ୍ ଜ୍ଞାନ କୌଶଳରେ ନିର୍ମିତ ଯୋଡି ହେବାକୁ ଯାଉଛି ଏଲଏଚ୍ ଭି କୋଚ୍। ରେଳ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୧୫ ତାରିଖର ହାଓ୍ବାଡା – ଜଗଦଲପୁର ମଧ୍ୟରେ ଏହି କୋଚ୍ ସହ ଚଳାଚଳ କରିବ। ସେହିପରି ୧୭ ତାରିଖରୁ ଜଗଦଲପୁର ରୁ ନୂଆ ଏଲଏଚଭି କୋଚ୍ ସହ ହାଓ୍ବାଡା ଅଭିମୁଖେ ଯିବ। ଏଲଏଚଭି କୋଚ ବହୁତ ହାଲକା ସହ ଅତ୍ୟନ୍ତ ଆରାମ ଦାୟକ କର୍କ ବିହୀନ ହୋଇଥିବାରୁ ଦୈନିକ ଚଳାଚଳ କରୁଥିବା ଏହି ଟ୍ରେନ ଦୀର୍ଘ ୧୧୬୫ କିଲୋମିଟର ଅତିକ୍ରମ କରି ୨୫ ଘଣ୍ଟା ୧୫ ମିନିଟ୍ ରେ ରେଳଯାତ୍ରା ବେଶ ଆରାମ ଦାୟକ ହେବ। ଆଗରୁ ଥିବା କୋଚ୍ ଗୁଡିକ ବହୁ ପୂରୁଣା ହୋଇଥିବାରୁ ରେଳଓ୍ବେ ବୋର୍ଡ ପୂରୁଣା କୋଚ୍ ହଟାଇ ନୂତନ ଏଲଏଚଭି କୋଚ୍ ସଂଯୋଗ କରିବାକୁ ନିଷ୍ପତ୍ତି ନେଇଛି। ଜଗଦଲପୁର – ହାଓ୍ବାଡା ହାଓ୍ବାଡା – ଜଗଦଲପୁର ଚଳାଚଳ କରିବାକୁ ଥିବା ଏହି ସମଲେଶ୍ବରୀ ଏକ୍ସପ୍ରେସର ଯାତ୍ରୀ ମାନଙ୍କ ସୁବିଧା ଗୋଟିଏ ପ୍ରଥମ ଶ୍ରେଣୀ ଏହି କୋଚ୍ ଦୁଇଟି ଦ୍ବିତୀୟ ଶ୍ରେଣୀ ଏସିକୋଚ୍ ଦୁଇଟି ତୃତୀୟ ଶ୍ରେଣୀ ଏସିକୋଚ୍ ୨ ଟି ସ୍ଳିପର କୋଚ୍ ସହ ଦୁଇଟି ସାଧାରଣ କୋଚ୍ ଓ ରିଗେଜ ଯୋଡିହେବ।ଏହାକୁ ନେଇ ରାୟଗଡା ଅଞ୍ଚଳର ଜନସାଧାରଣ ସ୍ବାଦୁବାଦ ଜଣାଇଥିବା ଜଣାଯାଏ।
ରାୟଗଡା ରୁ ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ