ନୂଆପଡା : ସୁପରିଚିତ ସଚୀନ ବେହେରା ପାଞ୍ଚକେଜି ଏଲ ୱେଟ ବାନ୍ଧି ତିନି ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଠାଇକ କରି ପୂର୍ବରୁ ପାକିସ୍ଥାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ୧୭୮ନିଷ୍ଟାଇକକୁ ଭାଙ୍ଗି ୨୦୪ ଆଣ୍ଠୁ ପ୍ରଘାତ କରି ନୂତନ ଗିନିଜ୍ ବୁକ ରେକର୍ଡ ସ୍ଥାପନ କରିଛନ୍ତି । ତାଙ୍କର ଏହି କ୍ବଚିତ୍ର ଯାଇ ସାରା ଓଡ଼ିଶାର କୋଣ ଅନୁକୋଣରୁ ସଚିନଙ୍କ ପାଖକୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଥିଲା ବେଳେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସଚିନ ବେହେରାଙ୍କୁ ସମ୍ବନ୍ଧିତ କରିଛନ୍ତି ।
ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜଭବନରେ ସଚିନଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମ୍ବନ୍ଧିତ କରି ଗିନିଜଚୁଳ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏଥିସହିତ କ୍ରୀଡ଼ା ପାଇଁ ସଚିନଙ୍କୁ ସବୁପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଗଣେଶୀଲାଲ କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ସଚିନ ଯେଭଳି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଛନ୍ତି, ଆଜିର ଯୁବ ଖେଳାଳୀମାନେ ସଚିନଙ୍କ ପରି ନିଷ୍ଠା ଓ ପରିଶ୍ରମ କରିପାରିଲେ, ସଚିନଙ୍କ ଭଳି ଅନେକ ପ୍ରତିଭା ଓଡ଼ିଶା ପାଇଁ ଗୌରବ ଆଣିପାରିବେ । ରାଜ୍ୟପାଳଙ୍କ ଠାରୁ ସମ୍ବନ୍ଧିତ ହେବା ପରେ ସଚିନ ଭବିଷ୍ୟତରେ ଆହୁରି ଅନେକ ବିଶ୍ଵ ରେକର୍ଡ଼ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଲରକା ଗ୍ରାମର ପିତା ଲକ୍ଷ୍ମୀପ୍ରସାଦ ବେହେରା ଏବଂ ଆରତୀ ବେହେରାଙ୍କ ପୁତ୍ର ସଚିନ ବେହେରା ପିଲାଟି ବେଳରୁ ପାଠ ପଢିବା ସମୟରେ ଖେଳ ପ୍ରତି ରବି ରଖୁଥିଲେ । ଏଥିପାଇଁ ପିତାମାତା ସଚିନକୁ ପ୍ରୋତ୍ସାହନ ଦେଇ ଆସୁଥିଲେ । ତେଣୁ ସଚିନ ଖେଳରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରୁଥିଲେ । ପ୍ରଥମେ ସେ ୧୦୦ ମିଟର ଧାବକ ଭାବରେ ପରିଚିତ ଥିଲେ । ଖାଲି ସେତିକି ନୁହେଁ ସଚିନଙ୍କ ଇଚ୍ଛା ଥିଲା ସେ ଆଣ୍ଠୁ ପ୍ରଘାତରେ ବିଶ୍ବରେକର୍ଡ଼ କରି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିବେ । ସେଥିପାଇଁ ସଚିନ ଦିନକୁ ୧୦ ଘଣ୍ଟାର କଠିନ ପରିଶ୍ରମ କରୁଥିଲେ ଏବଂ ଦୀର୍ଘ ଗରିମାସ କାଳ ଅକ୍ଲାନ୍ତ ପରିଶ୍ରମ କରି ନିଜ ନାମ ଗିନିଜ ବୁକରେ ଲିପିବଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଥିବାରୁ ସଚିନ ତାଙ୍କ ସଫଳତା ପାଇଁ ପିତାମାତାଙ୍କ ସମେତ ପ୍ରଶିକ୍ଷକମାନଙ୍କୁ ସବୁ ଶ୍ରେୟ ଦେଇଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ