ରାଉରକେଲା /(କୁଞ୍ଜ ବିହାରୀ ରାଉତ ଙ୍କ ରିପୋର୍ଟ) ସ୍ବର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ଦଶାହ ଅବସରରେ ଆଜି ଲାଠିକଟା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି | ସର୍ବପ୍ରଥମେ ସ୍ବର୍ଗତ ଲତା ଦିଦିଙ୍କ ଫଟୋ ଚିତ୍ରରେ ଧୂପଦୀପ, ପୁଷ୍ପମାଲ୍ୟ ଅର୍ପଣ ପରେ ତାଙ୍କ ଅମର ଆତ୍ମାଙ୍କ ସଦଗତି ପାଇଁ ମହା ମୃତ୍ୟଞ୍ଜୟ ମନ୍ତ୍ର ଜପ କରାଯାଇଥିଲା | ତାପରେ ଅନୁଷ୍ଠିତ ସ୍ମୁତିଚାରଣ ସଭାରେ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ପଦାଧିକାରୀ ଶାନ୍ତନୁ କୁସୁମ ଯୋଗଦେଇ ଭାରତୀୟ ସଙ୍ଗୀତ ଜଗତ ପାଇଁ ଲତା ଦିଦିଙ୍କ ଅତୁଳନୀୟ ଅବଦାନ ସମ୍ୱନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିବା ବେଳେ ପ୍ରତ୍ୟେକ ଭାରତୀୟଙ୍କ ମନରେ ପ୍ରଭୁଭକ୍ତି ଓ ରାଷ୍ଟ୍ରଭକ୍ତିର ଭାବକୁ ଜାଗ୍ରତ କରିବା ନିମିତ୍ତ ତାଙ୍କ ଯାଦୁଗରୀ ସଂଗୀତର ଭୂମିକା ଓ ଅବଦାନ ସମ୍ୱନ୍ଧରେ ଆଲୋଚନା କରିଥିଲେ | ତାସହିତ ଦାଦା ସାହେବ ଫାଲକେ, ପଦ୍ମବିଭୂଷଣ ଓ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ବିଭୂଷିତା ଲତା ଦିଦିଙ୍କ ବ୍ୟକ୍ତିତ୍ୱ କିଭଳି ଆଧ୍ୟାତ୍ମିକ ଅଧିଷ୍ଠାନ ଉପରେ ଦଣ୍ଡାୟମାନ ଥିଲା ସେ ସମ୍ୱନ୍ଧରେ ଶ୍ରୀ କୁସୁମ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିବା ବେଳେ ୩୬ ରୁ ଉର୍ଦ୍ଧ୍ୱ ଭାଷାରେ ୩୦ ହଜାରରୁ ଉର୍ଦ୍ଧ ଗୀତ ଗାଇ କେମିତି କୋଟି କୋଟି ଭାରତୀୟଙ୍କ ହୃଦୟ ମଣ୍ଡିତ କରିଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ | ମନ୍ଦିରର ବଡ଼ପଣ୍ଡା ଗଗନବିହାରୀ ଶତପଥିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହ ପୂଜକ ଦିଲୀପ କୁମାର କର, ମନ୍ଦିରର ଟ୍ରଷ୍ଟି ମହେନ୍ଦ୍ର ପ୍ରସାଦ ବେହେରା, ଧର୍ମପ୍ରେମୀ କବିତା ସାମନ୍ତରାୟ, ଡଲି ଦାସ, ଅନୁ ବେହେରା, କବିତା ସାହୁ, ସୁମିତ୍ରା ମୁଣ୍ଡା, ରାଜଲକ୍ଷ୍ମୀ ସୁତାର, ମୋହିନୀ ମହାନ୍ତ, ମନ୍ଦାକିନୀ ସିଂ, ମମତା ବେହେରା, ବିଦୁ ମହାପାତ୍ର, ସୁମିତ୍ରା ପସାୟତ, କବିତା ବିଶ୍ୱାଳ, ଉଷାରାଣି ଦାସ, ମଞ୍ଜୁ ପଟେଲ, ପବନ ଦେବୀ, ଆଶାଲତା ପଣ୍ଡା, ଉତୁଲ ମହାନ୍ତ, ସୁମିତ୍ରା ଠାକୁର, ନାମସି ଗୋପ, ବାସନ୍ତୀ ମହାକୁଡ଼, ଲକ୍ଷ୍ମୀପ୍ରିୟା ନାଏକ, ମନୋରମା ଦାସ, ସଂଯୁକ୍ତା ରାଉତ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ |
previous post
next post