ଭବାନୀ ପାଟଣା — କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ସ୍ଥିତ ସେବାଜଗତ କାର୍ଯ୍ୟାଳୟ ଠାରେ ପୁଲବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସହିଦ ଭାରତୀୟ ବୀର ଯବାନ ଙ୍କ ଅମର ଆତ୍ମାର ସଦ୍ ଗତି କାମନା କରି ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସଭା ଆରମ୍ଭ ରେ ସହିଦ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ବିବେକ ସେନା ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶିବରାମ ନାୟକ ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସେବାଜଗତ ମୁଖ୍ୟ ସତ୍ୟ ନାରାୟଣ ପଟ୍ଟନାୟକ, ସମାଜ ସେବୀ ମନୋଜ ଦାସ, ରୋସନାରା ମହାନ୍ତି, ନିରଞ୍ଜନ ମହାରଣା, ପ୍ରଦୀପ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆତଙ୍କବାଦୀ ଙ୍କ ବର୍ବର କାଣ୍ଡ ର ତୀବ୍ର ନିନ୍ଦା କରିବା ସହ ଦେଶପାଇଁ ଯବାନ ଙ୍କ ବଳି ଦାନ ଉପରେ ଆଲୋକପାତ କରିଥିଲେ। ସଭା ଶେଷରେ ନୃପେଶ୍ଵର ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ। ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ।
previous post