ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମସ୍ୟାର ସମାଧାନ ନ ହେଲେ ଟିଟ୍ରିପଡାବାସୀ ଭୋଟ ବର୍ଜନ କରିବେ

ଥୁଆମୂଳ ରାମପୁର:ମ.ସି.ହା:- ପ୍ରଗତିଶୀଳ ଓଡିଶାରେ ଲୋକେ କାହିଁକି ଭୋଟବର୍ଜନ କରୁଛନ୍ତି।ସେପ୍ରଶ୍ନ ଅନେକ ଲୋକଙ୍କୁ ଚକିତ କରୁଛି।କଳାହାଣ୍ଡି ଜିଲ୍ଲାର କିଛି ଗ୍ରାମର ଲୋକ ଭୋଟ ବର୍ଜନ ନିଷ୍ପତ୍ତି ନେଉଛନ୍ତି। ଭୋଟବର୍ଜନ କରିବା କାରଣ କଣ,ଯେଉଁ ରାଜ୍ୟରେ ଲୋକଙ୍କ ପାଇଁ ନିର୍ବାଚିତ ଶାସକ ଦଳ ସବୁ ସବିଧା ଯୋଗାଇ ଦେଉଛନ୍ତି।ତଥାପି ଲୋକେ ଭୋଟବର୍ଜନ କରିବା ଏହା କଣ ଉଚିତ୍ କି ? ହଁ ଏହା ଉଚିତ୍ ପଦକ୍ଷେପ ଗ୍ରହଣ କରୁଛନ୍ତି। ଯେଉଁଠି କି ଲୋକଙ୍କ ପାଇଁ ସୁବିଧା ସୁଯୋଗ ନାହିଁ ସେହିଭଳି ପରିସ୍ଥିତିରେ ଲୋକେ ଭୋଟବର୍ଜନ କରିବା ପାଇଁ ବାଧ୍ୟ ହେବାକୁ ପଡୁଛି।ଚଳିତ ତ୍ରିସ୍ତରୀୟ ନିର୍ବାଚନ ରେ ଭୋଟବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଏଭଳି ଏକ ଗ୍ରାମହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସିନ୍ଧିପଦର ଗ୍ରାମପଞ୍ଚାୟତ ର ୪ ନମ୍ବର ଓ୍ବାର୍ଡରେ ଯାଉଥିବା ଟିଟ୍ରିପଡା ଗ୍ରାମ। ଉକ୍ତ ଗ୍ରାମବାସୀ ଥୁଆମୂଳ ରାମପୁର ଗୋଷ୍ଠୀଉନ୍ନୟନ ଅଧିକାରୀ ଙ୍କ ପାଖରେ ଲିଖିତ ଜଣାଇଥିବା ଜଣାପଡିଛି। ଲିଖିତ ପତ୍ରରେ ସେମାନେ ୫ ଗୋଟି ଦାବି ଉପରେ ଧ୍ଯାନ ଦେଇ ଚଳିତ ନିର୍ବାଚନ ରେ ଭୋଟବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ଯେଉଁ ଦାବି ଉପସ୍ଥାପନ କରିଛନ୍ତି ତାହା ହେଲା ଟିଟ୍ରିପଡାକୁ ରାଜସ୍ୱ ଗ୍ରାମମାନ୍ଯତା,ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ,ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର, ନୂତନ ଅଙ୍ଗନବାଡି କେନ୍ଦ୍ର ଏବଂ ପ୍ରାଥମିକ ବିଦ୍ୟାଳୟ,ଏହି ସବୁ ସୁବିଧାରୁ ବଞ୍ଚିତ ରହିଥିବା ଯୋଗୁଁ ଏବେ ଗ୍ରାମବାସୀ ଭୋଟବର୍ଜନ କରିବେ। ଦୁଃଖ ଓ ପରିତାପର ବିଷୟ ଟିଟ୍ରିପଡା ଏକ ଓ୍ବାର୍ଡ ହୋଇଥିଲେ ମଧ୍ୟ ଏମାନେ ସରକାରୀ ଯୋଜନା ରୁ ବଞ୍ଚିତ ରହିଛନ୍ତି। ଅନେକ ଶାସକ ଦଳ ନିର୍ବାଚିତ ହୋଇ ଆସିଛନ୍ତି ତଥାପି ଗ୍ରାମବାସୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାରେ ବିଫଳ ହୋଇଛନ୍ତି। ପୁଣି ଏହି ଗ୍ରାମକୁ ଗତ ନିର୍ବାଚନରେ ଦଳୀୟ ନେତା ବିଜୟ ହୋଇ ଏହି ଗ୍ରାମପଞ୍ଚାୟତ କୁ ଆଦର୍ଶ ଗ୍ରାମପଞ୍ଚାୟତ ବୋଲି ଘୋଷଣା କରିଥିଲେ। ଆଜି ତାହା ଫସର ଫାଟିଗଲା ସେହି ଗ୍ରାମପଞ୍ଚାୟତ ଅଧିନରେ ଥିବା ଟିଟ୍ରିପଡାବାସୀଙ୍କ ପାଇଁ ଏହା ପ୍ରହସନ ପାଲଟିଗଲା। ଆଦର୍ଶ ଗ୍ରାମପଞ୍ଚାୟତ ନାଁରେ କୋଟିକୋଟି ଟଙ୍କା ପାଣିରେ ପଡିଗଲା ମାରିଖାଇଲେ ମହାପାତ୍ର ଭଳି ସବୁ ହୋଇଗଲା। ଆଦର୍ଶ ଗ୍ରାମପଞ୍ଚାୟତ ରେ ଆଜିବି ଲୋକଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ନାହିଁ। ଗମନାଗମନ, ପାନୀୟ ଜଳ,ଶିକ୍ଷା ସ୍ବାସ୍ଥ୍ୟ ରୁ ବହୁ ଦୂରରେ। ଅନେକ କୋମଳମତୀ ଶିଶୁଙ୍କ ଭବିଷ୍ୟତ ଅନ୍ଧାର ଘେରରେ ଠେଲି ହୋଇଯାଇଛି। ଅଙ୍ଗନବାଡି କେନ୍ଦ୍ର ନଥିବା ଯୋଗୁଁ ଛୋଟଛୋଟ ଶିଶୁ ଦୁଇ କିଲୋମିଟର ସିରିମସ୍କା ଗ୍ରାମକୁ ଯିବାକୁ ପଡୁଥିବା ବେଳେ ଏହି ଗ୍ରାମରେ ୭୦ ପରିବାର ବସବାସ କରୁଛନ୍ତି। ଅନେକ ଭୋଟର ରହିଥିଲେ ମଧ୍ୟ ରାଜସ୍ୱ ଗ୍ରାମର ମାନ୍ଯତା ଏଯାଏଁ ପାଇପାରିଲେ ନାହିଁ। ଏହି ସବୁ ସମସ୍ୟା ଘେରରେ ରହୁଛନ୍ତି ତେଣୁ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଭୋଟବର୍ଜନ କରିବା ବିଷୟରେ ଗ୍ରାମବାସୀ କହିଛନ୍ତି। ତା’ଛଡା ସେମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଉହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ତେରେସିଂହାରେ ନୂଆଁଖାଇ ଭେଟଘାଟ୍ ୨୦୨୨ ପାଳିତ 

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମଝିରେ ମଝିରେ ହେଜୁ ଥା ।।

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort