ଥୁଆମୂଳ ରାମପୁର:ମ.ନି.ସ:-ବାଃରେ ବ୍ଯବସ୍ତାକୁ ଧନ୍ଯବାଦ ନଦେଇ ରହି ହେଉନାହିଁ, ଯେଉଁ ରାଜ୍ୟରେ ସୁଶାସକ ରହୁଛନ୍ତି ଗରିବ ଲୋକଙ୍କ ପ୍ରତ୍ୟେକ କାର୍ଯ୍ଯରେ ସହଯୋଗ କରୁଛନ୍ତି ବୋଲି ଡିଣ୍ତିମ ପିଟି କହି ବୁଲୁଛନ୍ତି, ହେଲେ ସେ ରାଜ୍ଯରେ ପୁଣି ସର୍ବସାଧାରଣଙ୍କ ଦୁଃଖ ଦିନକୁ ଦିନ ବୃଦ୍ଧି ପାହିବାରେ ଲାଗିଛି।ଲୋକେ ଅନେକ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବିଷୟ ଶୁଣିବାକୁ ମିଳୁଛି। କେତେ ବେଳେ ଦାନମାଝୀଙ୍କ ଭଳି ଶବକୁ କାନ୍ଧରେ ବୋହିବା ଭଳି ଦୃଶ୍ଯ ସାମ୍ନାକୁ ଆସୁଛି, ଦାନମାଝୀଙ୍କ ଭଳି ଅନେକ ଲୋକ ଶବ ବୋହିବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ଏହି ଭଳି ଘଟଣା ପୁଣି ପୁନରାବୃତ୍ତି ହୋଇଥିବା ଦୃଶ୍ଯ ଆସିଛି। ଯାହାକି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର କାଠକୁରା ଗ୍ରାମରେ। ମିଜାଏ ମାଝୀ ନାମକ ବ୍ଯକ୍ତି ଘର କାମ କରୁଥିଲେ ଏହି ସମୟରେ ତାଙ୍କର ମୁଣ୍ତ ବୁଲାଇବାରୁ ତଳେ ପଡିଯାଇଥିଲେ। ଯାହା ଫଳରେ ଥୁଆମୂଳ ରାମପୁର ଗୋଷ୍ଠୀସ୍ବାସ୍ଥ୍ଯ କେନ୍ଦ୍ର କୁ ନିଆଯାଇଥିଲା।ସେଠାରେ ଦେହାବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରାଗଲା। ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ମିଜାଏ ମାଝୀଙ୍କ ଦେହାନ୍ତ ହୋଇଯାଇଥିଲା। ତେଣୁ ଶବକୁ ନିଜ ଗ୍ରାମ କାଠକୁରା ଫେରାଇ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହଯୋଗ ଲଡିଥିଲେ କିନ୍ତୁ ବିଭାଗୀୟ ଅଧିକାରୀଙ୍କ ତରଫରୁ କୌଣସି ସୁଫଳ ମିଳିପାରିଲା ନାହିଁ। ତେଣୁ ପରିବାର ଲୋକେ ଖଟିଆରେ ଶବକୁ ବୋହିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ