କୋକସରା,୧୬।୨- କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ର ବିଜେପି ର ଦଲୀୟ ପ୍ରାର୍ଥୀ ଙ୍କ ପାଇଁ ମାରାଥନ ପ୍ରଚାର କଲେ ଓଲିଓଡ଼ ଷ୍ଟାର ପ୍ରଚାରକ ଅଶ୍ରୁ ମୋଚନ ମହାନ୍ତି । ଆଜି କୋକସରା ବ୍ଲକ ର ୨ ଜିଲ୍ଲା ପରିଷଦ ଯୋନ ପାଇଁ ପ୍ରଚାର କରିଛନ୍ତି ଓଡ଼ିଆ ସିନେ ଜଗତ ର ଷ୍ଟାର ପ୍ରଚାରକ । ବୁଧବାର କୋକସରା ବ୍ଲକ ର ଚିଲିଗୁଡା, ଛିଲିପାମାଲ, ଝରିଆଗୁଡା, ଟେମରା, ରଏନଗୁଡା ରେ ନିର୍ବାଚନ ପ୍ରଚାର କରି ମୋଦି ସରକାର ଙ୍କ ହାତ ମୁଠା ଟାଣ କରିବାକୁ ବିଜେପି ର ଦଲୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କୁ ଭୋଟ ଦେବା ପାଇଁ ମାରାଥନ ପ୍ରଚାର କରି ବିଜେପି ପ୍ରାର୍ଥୀ ଙ୍କୁ ଜିତାଇବା ପାଇଁ ଭୋଟର ଙ୍କୁ ନିବେଦନ କରିଛନ୍ତି। ତାଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଶୀ, ଜିଲ୍ଲା ପରିଷଦ ପ୍ରାର୍ଥୀ ଜନାର୍ଦନ ପଣ୍ଡା, ସନ୍ତୋଷ ମାଝୀ, ପ୍ରତିମା ପୁଝାରି ସମେତ ଦଲୀୟ ବିଜେପି ର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଓଡ଼ିଆ ସିନେ ଜଗତ ର ଅଭିନେତା ଙ୍କୁ ଦେଖିବା ପାଇଁ ବିଭିନ୍ନ ସ୍ଥାନ ରେ ପ୍ରଶଂସକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମ ନି ସ
next post