ଫୁଲବାଣୀ -: ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ । ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ଆଜି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଓ କ.ନୂଆଗାଁ ଦୁଇ ଟି ବ୍ଳକ ରେ ଭୋଟ ଦାନ ହୋଇଥିଲା। ବାଲିଗୁଡା ବ୍ଲକ ର ଶତକଡା ୮୧ ପ୍ରତିଶତ ମତଦାନ ହୋଇଥିବା ବେଳେ କ. ନୂଆଗାଁ ବ୍ଲକରେ ଶତକଡ଼ା ୭୨ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଜିରିଡିକିଆ ଗ୍ରାମ ପଞ୍ଚାୟତ ୬ ଟି ୱାର୍ଡ ର ଭୋଟର ନୂଆଁ ପଞ୍ଚାୟତ ମଗଡେଙ୍ଗିଆ ଦାବୀ କରି ଭୋଟ ବର୍ଜନ କରିଥିଲେ। ପୂର୍ବରୁ ଏହି ୱାର୍ଡ ବାସୀ ବଣ୍ଡଗୁଡ଼ା ପଞ୍ଚାୟତ ରେ ସାମିଲ ଥିଲେ। ସେମାନଙ୍କୁ ଜିରିଡିକିଆ ପଞ୍ଚାୟତ ରେ ଏବେ ଅନ୍ତର୍ଭୁକ୍ତ କରାଯାଇଛି। ଜିରିଡିକିଆ ପଞ୍ଚାୟତ କାର୍ଯ୍ୟାଳୟ କୁ ଯିବାକୁ ହେଲେ ଏହି ୱାର୍ଡ ବାସୀ ମାନେ ନଈ ନାଳ ପାହାଡ଼ ପର୍ବତ ଅତିକ୍ରମ କରି ସେହି ଦୁର୍ଗମ ଅଞ୍ଚଳ କୁ ଯିବାକୁ ପଡୁଛି।ବୁଡା ବୁଡି ମାନେ ବାର୍ଦ୍ଧକ୍ୟ ଭତ୍ତା ବିଧବା ଭତା , ଆଣିବା କୁ ବହୁ କଷ୍ଟରେ ଯାଇଥାନ୍ତି। ୱାର୍ଡ ବାସୀ ସରକାର ଯୋଗାଣ ଚାଉଳ ଆଣି ବାକୁ ବହୁ ଅସୁବିଧା ଭୋଗୁଛନ୍ତି। ତେଣୁ ମଗଡେଙ୍ଗିଆ ନୂଆଁ ପଞ୍ଚାୟତ ଗଠନ କଲେ ସେମାନଙ୍କ ର ସମସ୍ତ ସୁବିଧା ହେବ ବୋଲି ଦାବୀ କରିବା ସହ ଜିରିଡିକିଆ ପଞ୍ଚାୟତ ରେ ନିର୍ବାଚନ ନ କରିବା ନିମନ୍ତେ ଦାବୀ କରିଥିଲେ। ଦାବୀ ପୂରଣ ନିମନ୍ତେ ଅଞ୍ଚଳ ବାସୀ ପୁରୁଷ ମହିଳା କନ୍ଧମାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଥିଲେ। ପରବର୍ତ୍ତୀ ସମୟରେ ଭୁବନେଶ୍ୱର ରାଜ୍ୟ ନିର୍ବାଚନ କମିଶନର ଙ୍କ କାର୍ଯ୍ୟାଳୟ ରେ ମଧ୍ୟ ଧାରଣା ଦେଇଥିଲେ। ସୁଧା ସୁଫଳ ନ ପାଇବାରୁ ଆଜି ୬ ୱାର୍ଡ ର ଭଟୋର ନିମନ୍ତେ ହୋଇଥିବା ୮ଟି ପୋଲିଙ୍ଗ ବୁଥ ରେ ୧୫୦୦ ଭୋଟ ର ଭୋଟ ନଦେଇ ଭୋଟ ବର୍ଜନ କରିଥିଲେ। ସେହିପରି ବିଧାୟକ ଙ୍କର ଗ୍ରାମ କିଲୁପଡା ଅଞ୍ଚଳ ବାସୀ ଭୋଟ ବର୍ଜନ କରିଥିବା ସୂଚନା ମିଳିଛି। ସାଇନପଡା ପଞ୍ଚାୟତ କୁଡୁତୁଲି ର ନନ୍ଦମାହା ଗୋଟିଏ ୱାର୍ଡ ବାସୀ ୧୫୦ ରୁ ଉର୍ଦ୍ଧ୍ବ ଭଟୋ ର ଭୋଟ ନ ଦେଇ ବର୍ଜନ କରିଥିବା ଜଣାପଡିଛି। ସେହି ବାଲିଗୁଡା ବ୍ଳକ ର ମିଡ଼ିଆକିଆ ପଞ୍ଚାୟତ ର ଦୁଇଟି ୱାର୍ଡ ବାସୀ ୩୦୦ ରୁ ଉର୍ଦ୍ଧ୍ବ ପୁରୁଷ ମହିଳା ଭଟୋ ବର୍ଜନ କରିଥିବା ଜଣାପଡିଛି। ବ୍ଲକ ପ୍ରଶାସନ ଅଧିକାରୀ ଭୋଟ ଦେବା ନିମନ୍ତେ ବୁଝାଇବା ସ୍ୱତେ ଶୁଣି ନଥିଲେ।
next post