ଭବାନୀପାଟଣା-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କର୍ଲାପଡା ଜୋନ ୨ ର ଜିଲ୍ଲା ପରିଷଦ ଜୋନ ରେ ବିଜୁ ଜନତା ଦଳ ପକ୍ଷରୁ ପ୍ରଚାର ଅଭିଯାନ ଜୋର ସୋର ରେ ଚାଲିଛି । ଭବାନୀପାଟଣା ଜୋନ-୨ ରେ ଶ୍ରୀ ଦୟାନିଧି ନାଏକ ଙ୍କୁ ପ୍ରାର୍ଥୀ କରିଛି ବିଜେଡି ସେ ଏହି ଜୋନ ଅନ୍ତର୍ଗତ ୮ ଟି ଗ୍ରାମ ପଞ୍ଚାୟତ ରେ ଘର କୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଅଞ୍ଚଳ ର ଜନ ସାଧାରଣ ମଧ୍ୟ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ବନ୍ଦାପଣା କରୁଥିବା ଦେଖାଯାଇଛି। ବିଜେଡି ପ୍ରାର୍ଥୀ ଶ୍ରୀ ଦୟାନିଧି ନାଏକ ଙ୍କୁ ବିଜୟୀ କରାଇବା ପାଇଁ ଭବାନୀପାଟଣା ବ୍ଲକ ର ବିଜେଡି କାର୍ଯ୍ୟକର୍ତ୍ତା ଏବଂ କର୍ମୀ ମାନେ ମଧ୍ୟ ଜୋର ସୋର ରେ ଲାଗି ପଡିଛନ୍ତି । ଆପ୍ରାଣ ଉଦ୍ୟମ ସହ ଭୋଟର ଙ୍କୁ ଶାସକ ଦଳର କରାମତି ତଥା ନବୀନ ବାବୁଙ୍କ ଯୋଜନା କୁ ଆହୁରି ଲୋକାଭିମୁଖୀ କରିବା ଉଦେଶ୍ୟ ରେ ଶଙ୍ଖ ଚିହ୍ନ ରେ ଭୋଟ ଦେବା ନିମନ୍ତେ ଲୋକଙ୍କୁ ଅନୁରୋଧ କରିଛନ୍ତି । ଉକ୍ତ ପ୍ରଚାର ରେ ପ୍ରାର୍ଥୀ ଦୟାନିଧି ନାଏକ ଙ୍କ ସହ ଭବାନୀପାଟଣା ବ୍ଲକ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅରବିନ୍ଦ ସାହୁ, ଛାତ୍ର ବିଜେଡି ବ୍ଲକ ସମ୍ପାଦକ କୁମରମଣି ହରପାଳ ,ଥୁଆପଦର ପଞ୍ଚାୟତ ବିଜେଡି ସଭାପତି ଶ୍ରୀକାନ୍ତ ବଣିଆ ,କର୍ଲାଗୁଡା ପଞ୍ଚାୟତ ସଭାପତି ବିନୋଦ ନାଏକ, ଚୂଳଚକ୍ର ଜୋତିଶ ,ବିଦ୍ୟା ମାଝୀ, ବିକାଶ ବେମାଲ ,ଠାକୁର ନାଏକ, ଆକାଶ ହରପାଳ , ସରୋଜ ସାହୁ, ଡିଲେଶ୍ୱର ସାହୁ ,ଯଶୋବନ୍ତ ମହାନନ୍ଦ, ଧର୍ମେନ୍ଦ୍ର ଭାଟି ,ପୀତବାସ ସାହୁ ,ସୁବାଷ ବେମାଲ, ମୁରଲୀ ତାଣ୍ଡି ,ଜଗା ନାଏକ, ଲକ୍ଷ୍ମୀଧର ତାଣ୍ଡି ,ଦିଗାମ୍ବର ମାଝୀ, ଟିଲେଶ୍ବର ନାଏକ, ପୌର ଯାନୀ, ସରୋଜ ଯାନୀ ,ପ୍ରମୋଦ ଯାନୀ, ଭବାନି ମଙ୍ଗରାଜ, ଲିପନ ଗହିର ଲୋକେଶ ସାହୁ ,ବିଷ୍ଣୁ ସାହୁ ବହୁ ଗ୍ରାମ୍ୟ ନେତୃବୃନ୍ଦ ,ସଚେତନ ନାଗରିକ କର୍ମୀ ଓ ନେତା ବୃନ୍ଦ ଙ୍କୁ ନେଇ ଭୋଟ ପ୍ରଚାର କରୁଛନ୍ତି ଶ୍ରୀ ଦୟାନିଧି ନାଏକ ।
ଖୁସି ରାମ ସାହୁ ଙ୍କ ରିପୋର୍ଟ