ଜୟ ପାଟଣା -: ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବାବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେ କେତେକ ୱାର୍ଡ ସଭ୍ଯ ବିଭିନ୍ନ କାରଣରୁ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଜୈନିକ ୱାର୍ଡ ସଭ୍ଯ ବାଲିଯୋର ଗ୍ରାମବାସୀ ବିଶେଷ କରି ମହିଳା ମାନଙ୍କୁ ଗାଳିଗୁଲଜ କରିବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ସୂଚନା ରୁ ଜଣାଯାଏ ଯେ ବାଲିଯୋର ଗ୍ରାମ ପାଇଁ ମଞ୍ଜୁର ହୋଇଥିବା ଏକ ନଳକୂପ କୁ ୧୦ ନମ୍ବର ୱାର୍ଡ ସଭ୍ଯ ସୁଜିତ ଭକ୍ତ ହରିଜନ ନିଜ ବ୍ୟକ୍ତିଗତ ଜମିରେ ଖୋଲିବାକୁ ମସୁଧା କରୁଥିବା ବେଳେ ଗ୍ରାମବାସୀ ମାନେ ଏହାର ବିରୋଧ କରି ସର୍ବସାଧାରଣ ଙ୍କ ବ୍ୟବହାର ଉପଯୋଗୀ ସ୍ଥାନ ରେ ନଳକୂପ ଖୋଲିବା ପାଇଁ ଦାବି ରଖିଥିଲେ। ଏଥିରେ ଉତକ୍ଷୀପ୍ତ ହୋଇ ସମ୍ପୃକ୍ତ ୱାର୍ଡ ସଭ୍ଯ ସୁଜିତ ଏବଂ ହେମନ୍ତ ହରିଜନ ଉପସ୍ଥିତ ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାରିବାକୁ ଧମକ ଦେଇଥିଲେ ବୋଲି ଗ୍ରାମବାସୀ ଓ ମହିଳା ମାନେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିବା ସହ ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ମଧ୍ଯ ଏକ ଦାବିପତ୍ର ପ୍ରଦାନ କରି ସୁଜିତ ଭକ୍ତ ହରିଜନ ର ୱାର୍ଡ଼ ସଭ୍ଯ ପଦ ରଦ୍ଦ ପାଇଁ ଆବେଦନ କରିଛନ୍ତି। ଜୟପାଟଣା ପୋଲିସ ମକଦ୍ଦମା ସଂଖ୍ୟା ୭୩, ଧାରା ୨୯୪,୩୨୩,୫୦୬ ଅନୁଯାୟୀ ମକଦ୍ଦମା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ ।
previous post