ଭବାନୀପାଟଣା:ମ.ନି.ସ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ତଳୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁଥିବା ନର୍ଲା ବ୍ଳକରେ ୩୨୩ ଗୋଟି ବୁଥ୍ ୧୦୧୭ ଜଣ କର୍ମଚାରୀ ନିୟୋଜିତ ରହିବେ। ସର୍ବମୋଟ ୯୦୩୫୮ ଭୋଟର ରହିଛନ୍ତି ସେଥିମଧ୍ୟରୁ ୪୬୭୫ ପୁରୁଷ ଭୋଟର ଓ ୪୪୨୭୮ ମହିଳା ଭୋଟ ସହ ଅନ୍ଯାନ୍ଯ ୫ ଜଣ ଭୋଟର ଥିବା ଜଣାପଡିଛି। ମଦନପୁର ରାମପୁର ବ୍ଳକରେ ୨୩୮ ବୁଥ୍ କେନ୍ଦ୍ରରେ ୭୪୭ ଜଣ କର୍ମଚାରୀ ନିୟୋଜିତ ରହିବେ ସେଠାରେ ମୋଟରେ ୫୮୬୭୩ ଭୋଟରଙ୍କ ମଧ୍ୟରୁ ୨୯୩୧୮ ପୁରୁଷ ଭୋଟର ଓ ୨୯୩୫୦ ମହିଳା ସମେତ୍ ୫ ଜଣ ଅନ୍ଯାନ୍ଯ ଭୋଟର ଅଛନ୍ତି। ସେହିପରି କର୍ଲାମୁଣ୍ତା ବ୍ଳକରେ ୧୪୩ ଟି ବୁଥରେ ୪୫୬ ଜଣ କର୍ମଚାରୀ ନିୟୋଜିତ ରହିବେ। ଏହି ବ୍ଳକରେ ସର୍ବମୋଟ ୪୨୬୫୯ ଭୋଟର ରହିଥିବାବେଳେ ୨୧୮୦୫ ପୁରୁଷ ଭୋଟର ଓ ୨୦୮୫୪ ମହିଳା ଭୋଟର ଥିବା ପ୍ରାପ୍ତ ସୂଚନାରୁ ଜଣାପଡିଛି। ପ୍ରଶାସନ ତରଫରୁ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ କରାଇବା ପାଇଁ ପ୍ରସ୍ତୁତି କରାଯାଇଛି।
next post