ନୂଆପଡ଼ା ଜିଲ୍ଲା ଖଡିଆଳ ସହରରେ ଦିନକୁ ଦିନ ପାକିଂ ସମସ୍ୟା ଲାଗି ରହିଥିବା ବେଳେ ସମସ୍ୟାର ସମାଧାନ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ଫଳରେ ଟ୍ରାଫିକ ସମସ୍ୟା ଗୁରୁତର ରୂପ ଧାରଣ କରିଛି । ସୂଚନା ମତେ ଖଡିଆଳ ହେଉଛି ନୂଆପଡା ଜିଲ୍ଲାର ବୃହତମ ସହର । ଏହି ସହର ଉପରେ ନୂଆପଡା ଜିଲ୍ଲାର ଲୋକେ ନିର୍ଭର କରୁଥିବା ବେଳେ ଜନସଂଖ୍ୟା ଏବଂ ଯାନବାହାନ ସଂଖ୍ୟା ହୁ ହୁ ଭାବରେ ବୃଦ୍ଧି ପାଉଛି । ହେଲେ ପାର୍କିଂର କୌଣସି ସୁବିଧା ନଥିବାରୁ ଯାନବାହାନ ଚାଳକ ମାନେ ଜାତୀୟ ରାଜପଥର ମଧ୍ୟ ଭାଗରେ ଗାଡି ସବୁ ପାକିଂ କରୁଛନ୍ତି । ବିଶେଷକରି ୪ ଚକିଆ ଯାନ ସବୁ ପାକିଂ ହେଉଥିବାରୁ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ଗୋଟିଏ ପାର୍ଶ୍ବରୁ ଗାଡି କ୍ରସ କଲା ବେଳେ ଅନ୍ୟପଟ ଗାଡି ସହିତ ଧକ୍କା ଖାଇବାର ବହୁତ ସମ୍ଭାବନା ରହିଛି । ଠିକ ସେହିପରି ରାଣିପୁର ପେଟ୍ରୋଲ ଟ୍ୟାଙ୍କର ଉଭୟ ପାର୍ଶ୍ବରେ ଭାରୀଯାନ ସବୁ ରହୁଥିବାରୁ ପେଟ୍ରୋଲ ଭରି ମୁଖ୍ୟ ରାସ୍ତାକୁ ଆସିବା ସମୟରେ ଦୁର୍ଘଟଣା ଘଟୁଛି । ଏନେଇ ପେଟ୍ରୋଲ ପମ୍ପର କର୍ମକର୍ତାଙ୍କୁ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳି ପାରୁନାହିଁ । ପୋଲିସ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଲେ ଯାତ୍ରୀଙ୍କ ଜୀବନ ନିରାପତ ହୋଇପାରିବ ବୋଲି ଅଂଚଳବାସୀ ମତବ୍ୟକ୍ତ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ