ବାଲେଶ୍ୱର / ମସିହା : ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ବର, ତରଫ ରୁ ଏକ ନୂତନ ପ୍ରୟାସ ଥିଲା ଗୀତାମୃତ ପଠନ ଓ ଶ୍ରବଣ । ପ୍ରତ୍ୟେକ ଗୁରୁବାର ସନ୍ଧ୍ୟା ୭ ଟା ବେଳେ ଆଭାସୀ ମାଧ୍ୟମରେ ଆୟୋଜିତ *ଗୀତାମୃତ* ଅନୁଷ୍ଠିତ ହେବ ବୋଲି ପରିବାରର ସମ୍ପାଦିକା ପ୍ରଣତି ମହାପାତ୍ର କହିଥିଲେ ଏବଂ ତୃତୀୟ ପର୍ଯ୍ୟାୟରେ ଅର୍ଜୁନ ବିଷାଦ ଯୋଗର ଏକବିଂଶତମ ଶ୍ଲୋକରୁ ଚତୁ୍ର୍ବିଶତମ ପର୍ଯ୍ୟନ୍ତ ପାଠ ଓ ବ୍ୟାଖ୍ୟା ମୂଳକ ଭକ୍ତିରସାତ୍ମକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ପାଦିକା ସମସ୍ତଙ୍କୁ ଶୁଭେଚ୍ଛା ଓ ସ୍ବାଗତ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖିଥିଲେ । ବିଶିଷ୍ଟ ଉପସ୍ଥାପକ ତଥା ସାହିତ୍ୟିକ କବି ବନ୍ଧୁ ପରିବାରର ରାଜ୍ୟ ସଂଯୋଜକ ସଂଗ୍ରାମ କିଶୋର ପରିଡ଼ା ଓ ସାଗର କୁମାର ପରିଡ଼ା ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଭଳି ଏକ ମହତ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ସମେତ ଉପସ୍ଥିତ ଗୀତାପ୍ରେମୀ ବନ୍ଧୁମାନେ ଭୂରି ଭୂରି ପ୍ରଶଂସା କରିଥିଲେ । ଗୀତାପାଠ କରିଥିଲେ ଗୀତାଞ୍ଜଳି ପୃଷ୍ଟି, ବିଶ୍ବକସେନ ଦାଶ,ରଞ୍ଜନ କୁମାର ମହାନ୍ତି, ପ୍ରତିମା ଶତପଥୀ, ଶ୍ରୀମତୀ ସ୍ନେହ ମିଶ୍ର, ଜିତେନ୍ଦ୍ର ଗିରି , ସାଗର କୁମାର ପରିଡ଼ା, ପ୍ରଫୁଲ୍ଲ କୁମାର ଦାସ, ପ୍ରିୟମ୍ବଦା ସାମଲ,ବନଲକ୍ଷ୍ମୀ ମହାନ୍ତି । ଶେଷରେ ସାରଗର୍ଭକ ବାଣୀ ରଖିଥିଲେ ସୋର ଉପେନ୍ଦ୍ର ନାଥ ମହାବିଦ୍ୟାଳୟର ପ୍ରାକ୍ତନ ଉପାଧ୍ୟକ୍ଷା ସଂଯୁକ୍ତା ରାଉତ ମହୋଦୟା ।
ଗୀତାମୃତ ଶ୍ରବଣ ପାଇଁ ଓଡ଼ିଶାର କୋଣ ଅନୁକୋଣ ତଥା ମୁମ୍ବାଇର ଶ୍ରୀମତୀ ସ୍ନେହ ମିଶ୍ର, ଆମେରିକାରୁ ବୈଜ୍ଞାନିକ ଚନ୍ଦ୍ରା ମିଶ୍ରଙ୍କ ଭଳି ଅନେକ ଭକ୍ତ ତଥା ସାହିତ୍ୟିକ ଯୋଗ ଦେଇ ଗୀତାମୃତ ଶ୍ରବଣ କରିଥିଲେ ।
ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବଦ୍ରିନାରାୟଣ ମହାନ୍ତି,ବିନୋଦିନୀ ଦାଶ,ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ,ସରୋଜିନୀ ପତି,ସ୍ନିଗ୍ଧା ସାମନ୍ତରାୟ,ରଞ୍ଜନ କୁମାର ମହାନ୍ତି, ବିଶ୍ଵେଶ୍ଵର ମାଝୀ, ବିପିନ ବିହାରୀ ବାରିକ,ରୀତା ଅପରାଜିତା ମହାନ୍ତି, ଶାଶ୍ଵତୀ କର,ସ୍ନିଗ୍ଧା ସାମନ୍ତରାୟ, ଅରୁଣ କୁମାର ମହାପାତ୍ର,କ୍ଷଣପ୍ରଭା ସାହୁ, ପ୍ରିୟମ୍ବଦା ସାମଲ, ସଂଗ୍ରାମ କିଶୋର ପରିଡା,ନିର୍ମଳ ନାୟକ,ନିରଞ୍ଜନ କରଣ,ସଂଯୁକ୍ତ ରଥ,ଶ୍ରଦ୍ଧାସୁମନ ପଣ୍ଡା,ବିନୋଦିନୀ ଦାଶ,ଅନୁରାଧା ପାତ୍ର,ବନିତା ସିଂହ, ଲତା ମଲ୍ଲିକଙ୍କ ସହ ଆହୁରି ଅନେକ ଗୀତାପ୍ରେମୀ ଭକ୍ତବୃନ୍ଦ ଉପସ୍ଥିତ ଥିଲେ । ଏହି ଅମୃତମୟ କାର୍ଯ୍ୟ କ୍ରମରେ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥିଲେ ସଂଯୁକ୍ତା ରାଉତ ମହୋଦୟା । ଆୟୋଜିକାଙ୍କୁ ଧନ୍ୟବାଦ ଦେବା ସହ ଶ୍ରୀମଦ୍ ଭଗବତ ଗୀତାର ପୂର୍ବାଭାସ ସଂପର୍କରେ ସମ୍ୟକ୍ ଆଲୋଚନା ମାଧ୍ୟମରେ ରଖିଥିଲେ ଏହିଭଳି ବକ୍ତବ୍ୟ …
ଶ୍ରୀ ଭଗବାନ ଉବାଚ—
“ଯଦା ଯଦା ହି ଧର୍ମସ୍ୟ ଗ୍ଳାନୀର୍ଭବତି ଭାରତ।ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନ ସୃଜାମ୍ୟହମ୍।
ପରିତ୍ରାଣାୟ ସାଧୁନାଂ ବିନାଶାୟଚ ଦୁଷ୍କୃତାମ୍।
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ।”
ଆଲୋଚନା କ୍ରମରେ ଶ୍ରୋତାଙ୍କର ପ୍ରଶ୍ନ ଥିଲା–“ଯୁଦ୍ଧ ଭୂମି କୁରୁକ୍ଷେତ୍ର କୁ ଧର୍ମକ୍ଷେତ୍ର କାହିଁକି କୁହାଯାଏ?”
ଉତ୍ତର—କୃଷ୍ଣାବତାରର ଦୁଇଟି ଉଦ୍ଦେଶ୍ୟ ଥିଲା।(୧)ନିତ୍ୟ ଲୋକର ଦିବ୍ୟ ଲୀଳାକୁ ମର୍ତ୍ତ୍ୟରେ ତ୍ରିତାପଦଗ୍ଧ ମନୁଷ୍ୟ ନିକଟରେ ପ୍ରକାଶ କରି (ପ୍ରକୃତି ପୁରୁଷ ଙ୍କର ଅପ୍ରାକୃତ ପ୍ରେମ ଲୀଳା)ସେମାନଙ୍କୁ ଭକ୍ତି ମାର୍ଗ ପ୍ରଦର୍ଶନ କରିବା।ସେଥିପାଇଁ ସର୍ବଶ୍ରେଷ୍ଠ ଭକ୍ତି ଶାସ୍ତ୍ର ଶ୍ରୀ ମଦ୍ ଭାଗବତରେ ବ୍ୟାସଦେବ ଲେଖିଛନ୍ତି”ଅପ୍ରାକୃତ ପ୍ରେମ ଲୀଇ ଜୟ ରାଧା ହରି।ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କରିଛ ମୁରାରୀ।”
(୨)ଦ୍ବାପର ଯୁଗ ଶେଷରେ ଧରାରୁ ସମସ୍ତ ଦୁଷ୍କୃତ ନାଶ କରି ବା ଦୁଷ୍ଟଶକ୍ତି ବିନାଶ କରି ସାଧୁ ବା ସନ୍ଥ ମାନଙ୍କୁ ପରିତ୍ରାଣ କରିବା।ସେଥିପାଇଁ ଦୁଷ୍କୃତକାରୀ କୌରବ ଏବଂ କୃଷ୍ଣ ପଦାଶ୍ରୟୀ ସାଧୁ ବା ସନ୍ଥ ପାଣ୍ଡବ ମାନଙ୍କ ମଧ୍ୟରେ ଯୁଦ୍ଧ ସଂରଚନା କରିଥିଲେ।ଭାରତ ଭୂମିରେ କେବଳ ଅଧର୍ମର ବିନାଶ ଓ ଧର୍ମର ସଂସ୍ଥାପନ ଉଦ୍ଦେଶ୍ୟ ରେ ଯେଉଁ ଯୁଦ୍ଧ ସ୍ବୟଂ ଭଗବାନଙ୍କ ଉପସ୍ଥିତି ରେ,(ଏପରି କି ଅର୍ଜୁନଙ୍କ ସାରଥି ଭାବରେ ଅଂଶ ଗ୍ରହଣ ତଥା ତାଙ୍କର ନାରାୟଣୀ ସେନାଙ୍କୁ ଯୁଦ୍ଧରେ କୌରବ ପକ୍ଷରୁ ଯୋଗଦାନ) ସମ୍ପନ୍ନ ହୋଇଥିଲା ତାହା ଧର୍ମଯୁଦ୍ଧ।ଯେଉଁ କୁରୁକ୍ଷେତ୍ରରେ ଏହି ଧର୍ମଯୁଦ୍ଧ ବିଶ୍ବକଲ୍ୟାଣ ଉଦ୍ଦେଶ୍ୟ ରେ ଅନୁଷ୍ଠିତ ହୋଇଥିଲା ତାହା ଧର୍ମକ୍ଷେତ୍ର। ସୁନାଫୁଲ ର ସମ୍ପାଦିକା ନିରୁପମା ପତି ବୈଷୟିକ ସହାୟତା କରିଥିଲେ, ସଂଗ୍ରାମ କିଶୋର ପରିଡ଼ା ଧନ୍ୟବାଦ ଦେବା ସହ ସାଗର କୁମାର ପରିଡ଼ା ଶାନ୍ତିପାଠ କରିଥିଲେ ।