ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଡମ୍ବନା ! ଧାନ ବିକ୍ରି ନ ହେବାରୁ ଚାଷୀ ଘରକୁ ଫେରେଇ ନେଉଛନ୍ତି ଧାନ

ନୂଆପଡା : ସରକାର ଚାଷୀଙ୍କୁ ଠିକ ସମୟରେ ବିକ୍ରି କରିବା ଓ ଠିକ ସମୟରେ ଧାନ ବିକ୍ରିର ଟଙ୍କା ପ୍ରଦାନ କରିବା ପାଇଁ ମଣ୍ଡିର ବ୍ୟବସ୍ଥା କରିଛନ୍ତି । ହେଲେ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ମଣ୍ଡିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ଚାଷୀ ମାନେ ଏକ ମାସ ଧରି ମଣ୍ଡିରେ ଧାନ ବିକ୍ରି ପାଇଁ ପକାଇ ଧାନ ବିକ୍ରି ନହେବାରୁ ଧାନକୁ ପୁଣି ନିରାଶ ହୋଇ ଘରକୁ ଫେରାଇ ନେଉଥିବା ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଡୁଆଝର ସମବାୟ ସମିତି ଅଧୀନରେ ମଣ୍ଡି ଚାଲୁଛି ଓ ଡୁଆଝର ସମବାୟ ସମିତି ଅଧୀନରେ ନଅଟି ପଞ୍ଚାୟତ ନିର୍ଭର କରୁଥିବା ବେଳେ ଏଠାରେ ଚାଷିଙ୍କ ସଂଖ୍ୟା ଅଧିକ ଥିବାରୁ ମଣ୍ଡି ଶେଷ ଅବଧିଯାଏ ଚାଲୁ ରହିଥାଏ । ଗୁରୁବାର ଚକ୍ର ରାଉତ ଗ୍ରାମ ସୁନାରିସୀକୁଆର ଚାଷୀ ଗତ ଜାନୁଆରୀ ୧୦ ତାରିଖରେ ତାଙ୍କ ୩୫ କ୍ୱିଣ୍ଟାଳ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଥିଲେ ହେଲେ ତାଙ୍କ ଧାନ ବିକ୍ରି ହୋଇ ପାରି ନଥିଲା ଏକ ମାସରୁ ଅଧିକ ଦିନ ମଣ୍ଡିରେ ଧାନ ପଡି ରହିଥିବା ବେଳେ ନିରାଶ ହୋଇ ମଣ୍ଡିରୁ ଧାନକୁ ଘରକୁ ଫେରାଇ ନେଇଛନ୍ତି । ଚକ୍ର ରାଉତ ଦୁଇ ହଜାର ଟଙ୍କାରେ ଟ୍ରାକ୍ଟର ଭଡା କରି ଡୁଆଝର ମଣ୍ଡିକୁ ଧାନ ବିକ୍ରି ପାଇଁ ଆଣିଥିଲେ ହେଲେ ଧାନ ବିକ୍ରି ନହେବାରୁ ପୁଣି ଦୁଇ ହଜାର ଟଙ୍କାରେ ଟ୍ରାକ୍ଟର ଭଡା ଦେଇ ଘରକୁ ଫେରାଇ ନେଇଛନ୍ତି । ପୁଣି ଏକ ମାସ ସୁନାରିସୀକୁଆ ଠାରୁ ଡୁଆଝର ମଣ୍ଡିକୁ ପନ୍ଦର କିଲୋମିଟର ଯିବା ଆସିବା କରି ହଇରାଣ ହୋଇଥିବା ଅଭିଯୋଗ କରିଛନ୍ତି । ସେହିପରି ଦନାର୍ଦନ ରାଉତ ଗ୍ରାମ ସୁନାରିସୀକୁଆ ଗତ ଜାନୁଆରୀ ୧୪ ତାରିଖରେ ତାଙ୍କର ୭୦ କ୍ୱିଣ୍ଟାଳ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ ତାଙ୍କର ମଧ୍ୟ ଧାନ ଏକ ମାସରୁ ଅଧିକ ଦିନଧରି ମଣ୍ଡିରେ ପଡିରହି ବିକ୍ରି ହୋଇ ପାରିନଥିଲା ସେମଧ୍ୟ ଟ୍ରାକ୍ଟର ଭଡା କରି ଧାନକୁ ଘରକୁ ଫେରାଇ ନେଇଛନ୍ତି । ଏଠାରେ ଚାଷୀ ମାନେ ଅଯଥା ଖର୍ଚ୍ଚ।ନ୍ତ ହୋଇ ଧାନ ବିକ୍ରି କରିନପାରି ହଇରାଣ ହେଉଛନ୍ତି । ଏନେଇ ସମବାୟ ସମିତି ସମ୍ପାଦକଙ୍କୁ ପଚାରିବାରୁ ଚାଷୀମାନଙ୍କ ଟୋକନ ଲେସ୍ପ ହୋଇ ଯାଉଛି ଫଳରେ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଧାନ ଫେରାଇ ନେଉଥିବା ଚାଷିଙ୍କ ଧାନ ତୁରନ୍ତ ବିକ୍ରି ହେବ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଡୁଆଝର ମଣ୍ଡିରୁ ଧାନ ଉଠାଇବା ସହିତ କାହିଁକି ଚାଷୀମାନେ ଧାନ ଘରକୁ ଫେରାଇ ନେଉଛନ୍ତି ତାର ତଦନ୍ତ କରିବା ସହିତ ସେହି ଚାଷୀ ମାନଙ୍କ ଧାନକୁ ତୁରନ୍ତ ବିକ୍ରି କରିବାକୁ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଚାଷୀ ମାନେ ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଥିବା ପ୍ରକାଶ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ମହା ସମାରୋହରେ ପାଳିତ ହେଲା ଗରିମା-୨୦୨୨

Sunil Chandra Nayak

ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ମୟୂରଭଂଜ ପକ୍ଷରୁ ରାଇରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ; ବିଶାଳ ଶୋଭାଯାତ୍ରା ଓ ଧାରଣା     

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort