ଉତ୍ତେଜନା ,୧୪୪ ଧାରା ଜାରି
ନୂଆପଡା ଜିଲ୍ଲା କୋମନା ବ୍ଲକ ରେ ନିର୍ବାଚନ ହିଂସା। କୋମନା ବ୍ଲକ ରେ ଆଜି ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତରାଜ ନିର୍ବାଚନ ବେଳେ ୱାର୍ଡ ନମ୍ବର ୦୩ ପଏର ଗ୍ରାମରେ ନିର୍ବାଚନ ଶେଷ ହୋଇଥିଲା। ପୋଲିଙ୍ଗ ଗାଡି ଆସିବାକୁ ବିଳମ୍ବ ହେବା ବେଳେ ପ୍ରିଜାଇଡିଂଙ୍ଗ ଅଧିକାରୀ ନିଜ ଗାଡ଼ିରେ ନିର୍ବାଚନ ଭୋଟ ବାକ୍ସ ନେଇ ବାହାରିଥିଲେ। କୋମନା ବ୍ଲକ ୱାର୍ଡ ନଂମ୍ବର ୦୩ ପଏର ଗ୍ରାମ ଉତ୍ତେଜନା ୧୪୪ ଧାରା ଜାରି।ବେଲଟ ବାକ୍ସ କୁ ଏକ ଘରୋଇ ଗାଡିରେେ ନେବା ନେଇ ଗ୍ରାମବାସୀ ମାନେ ଭଙ୍ଗାରୁଜା କରିଥିଲେ। ନିର୍ବାଚନ ଅଧିକାରୀଙ୍କ ସହ ନିର୍ବାଚନ ସାମଗ୍ରୀ ବେଲଟ ବାକ୍ସ ନେଇ ପୋଲିସ ବାହିନୀ ସୁରକ୍ଷା ବଳୟ ରେ ଉଦ୍ଧାର କରି ବ୍ଲକ କାର୍ଯ୍ୟାଳୟ କୁ ପହଂଛନ୍ତି। ଗ୍ରାମରେ ଉତ୍ତେଜନା ଲାଗିରହିଅଛି। ପୋଲିସ ବାହିନୀ ମୂଳତୟନ ହୋଇଥିବା ବେଳେ ପରିସ୍ଥିତି ସ୍ଵାଭାବିକ କରିବା ପାଇଁ ଆହ୍ବାନ କରିଛନ୍ତି। ପରିସ୍ଥିତି ସୁଧାର ଆସିବାରେ ଲାଗୁଅଛି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ