15/02/23 :- ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ ଏକ ଗଞ୍ଜେଇ ବୋଝେଇ କାର ସହ ୨ଜଣ ଙ୍କୁ ଗିରଫ କରିଛି । ଆଡବା ଠାରୁ ମହାରାଷ୍ଟ୍ର କୁ ହେଉଥିଲା ଏହି ଗଞ୍ଜେଇ ଚୋରା ଚାଲାଣ । ବିଷମ କଟକ ପୋଲିସ ପକ୍ଷରୁ ସ୍ତାନୀୟ ମାର୍କମା ମନ୍ଦିର ଛକରେ ନାକା ଚେକିଙ୍ଗି ଚାଳିଥିବା ବେଳେ ଏକ ନିଳ ରଙ୍ଗର ମାରୁତି କାର୍ କୁ ଅଟକାଇ ଯାଞ୍ଚ କରିଥିବା ସମୟରେ ଗାଡିରେ ଗଞ୍ଜେଇ ଥିବା ର ସଂନ୍ଦେହ ହୋଇଥିଲା । ଘଟଣା ସ୍ଥଳରୁ କାର ଚାଳକ ସମେତ ଗାଡିରେ ବସିଥିବା ତାର ସହଯୋଗି ଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ସହ ଗାଡି ଯାଞ୍ଚ କରିବା ସମୟ ରେ କାର ଡିକି ଏବଂ ସିଟ୍ ତଳେ ଗଂଜେଇ ଠାବ ମିଳିଥିଲା । ଏହା ପରେ ଗଞ୍ଜେଇ ମାମଲାରେ ୨ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା ପୋଲିସ । କାର ରେ ସବୁଦାୟ ୧୫୦ କେଜି ଗଞ୍ଜେଇ ରହିଥିବାର ଜଣା ପଡ଼ିଛି । ଗଞ୍ଜେଇ ଚୋରା ଚାଲାଣ କରୁଥିବା ସଂପୃକ୍ତ ଯୁବକ ମାନେ ହେଲେ ମହାରାଷ୍ଟ୍ର ରାଜ୍ୟର ଅଜୟ ଭୂନ୍ସେବ୍ କାଣ୍ଡା , ଏବଂ ଅଡବା ଥାନା ଅଞ୍ଚଳ ର ଅମିରଚାନ୍ଦ ମାଳି ବୋଲି ଜଣାପଡିଛି । ସଂପୃକ୍ତ ଯୁବକ ମାନଙ୍କ ଠାରୁ ଦୁଇ ଗୋଟି ମୋବାଲଇ ଫୋନ୍,ନଗଦ ୨୭୦୦ ଟଙ୍କା ଜବତ କରାଯାଇଛି । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଅନ୍ୟପଟେ ଗଞ୍ଜେଇ ମାମଲାରେ ଦୁଇ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ବିଷମ କଟକ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
previous post