ନୂଆପଡା: ନୂଆପଡା ଜିଲ୍ଲାର ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଖଡ଼ିଆଳ ସ୍ଥିତ ପଂଚୟତ ସମିତି ସଭାଗୃହ ରେ ନୂଆପଡା ଜିଲ୍ଲା ପାଇଁ ନିଯୁକ୍ତି ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଦୀପ କୁମାର ଗର୍ଡଆ ସ୍ୱତନ୍ତ୍ର ସଚିବ ଓଡ଼ିସା ସରକାଙ୍କ ଅଧ୍ୟକ୍ଷତାରେ ଖଡ଼ିଆଳ ପଂଚାୟତ ସମିତିରେ ସେକ୍ଟର ଅଫିସର , ମାଜିଷ୍ଟ୍ରେଟ, ପୋଲିସ ପାଟ୍ରୋଲିଙ୍ଗ ଦଳ ଓ ସ୍ଥାନୀୟ ଥାନା ଅଧିକାରୀ ମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି ।ଏହି ବୈଠକରେ ଖଡ଼ିଆଳ ବ୍ଲକ ରେ ହେବାକୁ ଯାଉଥିବା ତୃତୀୟ ପର୍ୟ୍ଯୟ ମତ ଦାନ କି ପରି ଆଇନଶୃଙ୍ଖଳା ପରିଚାଳନା କରି ଶାନ୍ତି ପୂର୍ଣ ମତ ଦାନ ହୋଇପାରିବ ସେହି ବିଷୟ ରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ନିର୍ବାଚନ ଅଧିକାରୀ ତଥା ଗୋଷ୍ଠି ଉନ୍ନୟନ ଅଧିକାରୀ ଖଡ଼ିଆଳ ନାରାୟଣ ସାହୁ, ପଂଚାୟତ ସମିତିର ନୋଡାଲ ଅଧିକାରୀ ତଥା ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୂଆପଡା ପ୍ରମୁଖ ଉପସ୍ଥିତ ଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post