ଭବାନୀପାଟଣା:୧୮/୨- ମ.ନି.ସ:- ନର୍ଲାବ୍ଳକରେ ପଞ୍ଚାୟତ ନିର୍ବାଚନର ମତଦାନ ଅପରାହ୍ନ ୧ ଘଣ୍ଟା ସମୟରେ ଶେଷ ହୋଇଛି,ଏହି ବ୍ଳକରେ ସର୍ବମୋଟ ୯୦୩୪୯ ରହିଛନ୍ତି ତନ୍ମଧ୍ୟରୁ ୭୫୧୭୧ ଜଣ ଭୋଟର ମତଦାନ କରିଛନ୍ତି ଯାହାକି ଶତକଡା ୮୩.୨ ହାର ରହିଛି। ୪୬୦୩୦ ପୁରୁଷ ଭୋଟରଙ୍କ ମଧ୍ୟରୁ ୩୭୮୭୦ ଜଣ ମତଦାନ ଯାହାକି ଶତକଡା ୮୨.୨୭ ରହିଛି। ସେଭଳି ମହିଳା ଭୋଟର ୪୪୩୧୯ ରହିଥିବା ବେଳେ ୩୮୩୦୧ ଜଣ ଭୋଟ ଦେଇଛନ୍ତି ଏହିପରି ଶତକଡା ୮୪.୧୬ ରହିଥିବା ଜଣାପଡିଛି।
ମଦନପୁର ରାମପୁର ବ୍ଳକରେ ୫୮୬୬୮ ଭୋଟର ରହିଥିବା ବେଳେ ୪୮୫୬୭ ଜଣ ଭୋଟ ଦେଲେ ଯାହାଫଳରେ ୮୨.୭୮ ଶତକଡା ଭୋଟ ପଡିଥିବା ଜଣାପଡିଛି। ୨୯୩୧୮ ଜଣ ପୁରୁଷ ଭୋଟରଙ୍କ ମଧ୍ୟରୁ ୨୪୪୪୫ ଜଣ ଭୋଟ ଦେଇଛନ୍ତି ୫୪.୮୩ ଶତକଡା ପୋଲିଙ୍ଗ ହେଇଛି। ସର୍ବମୋଟ ୧୯୩୫୦ ମହିଳା ଭୋଟର ଥିବା ବେଳେ ମାତ୍ର ୨୪୦୭୨ ମହିଳା ଭୋଟର ଭୋଟଥିଲେ ଯାହାକି ୮୨.୦୧ ଶତକଡା ହୋଇଛି।
ସେହିପରି କର୍ଲାମୁଣ୍ତା ବ୍ଳକରେ ସର୍ବମୋଟ ୪୨୬୫୯ ଭୋଟର ରହିଛନ୍ତି ହେଲେ ୩୬୫୬୩ ଜଣ ଭୋଟର ଭୋଟ ଦେଇଥିଲେ। ଯାହାକି ୮୫.୭୧ ଶତକଡା ଭୋଟ ପଡିଥିଲା। ତେବେ ପୁରୁଷ ଭୋଟର ସର୍ବମୋଟ ୨୧୮୦୫ ଜଣ ଥିବାବେଳେ ମାତ୍ର ୧୮୬୦୭ ଜଣ ଭୋଟର ଭୋଟ ଦେଇଛନ୍ତି,ଏହାଫଳରେ ୮୫.୩୪ ଶତକଡା ମତଦାନ ହୋଇଛି। ମହିଳା ଭୋଟର ସର୍ବମୋଟ ୨୦୮୫୪ ଜଣ ରହିଛନ୍ତି ହେଲେ ୧୭୯୫୪ ଜଣ ଭୋଟ ଦେଇଛନ୍ତି ତେବ ୮୬.୦୧ ଶତକଡା ଭୋଟ ପଡିଥିବା ଜଣାପଡିଛି