ଫୁଲବାଣୀ -: ତା ୧୮/୨/୨୦୨୨ ରିଖ ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଜିଲ୍ଲାର କୋଟଗଡ଼ ଓ ତୁମୁଡିବନ୍ଧ ଦୁଇଟି ବ୍ଲକ ରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତୁମୁଡିବନ୍ଧ ବ୍ଲକ ରେ ୧୧୩୫୬ ପୁରୁଷ ଓ ୧୨୨୫୦ ମହିଳା ଭୋଟର ସମୁଦାୟ ୨୩୬୦୬ ଭୋଟର ମତଦାନ କରିଥିବା ଜଣାପଡିଛି । ତୁମୁଡିବନ୍ଧ ବ୍ଲକ ରେ ଶତକଡା ୭୬.୨୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଥିବା ବେଳେ କୋଟଗଡ଼ ବ୍ଲକ ରେ ପୁରୁଷ ୧୨୪୯୦ ମହିଳା ୧୩୫୪୧ ଭୋଟର ଦେଇଥିବା ବେଳେ ସମୁଦାୟ ୨୬୪୮୧ ଭୋଟର ମତଦାନ କରିଥିବା ବେଳେ ଶତକଡା ୮୨.୭୦ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଆଜି ଜିଲ୍ଲା ପରିଷଦ କୋଟଗଡ଼ ୧ନଂ ଜୋନ ଓ ତୁମୁଡିବନ୍ଧ ୯ ନଂ ଜୋନ ରେ ଜିଲ୍ଲା ପରିଷଦ ମେମ୍ବର , ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ମେମ୍ବର ପ୍ରାର୍ଥୀ ନିମନ୍ତେ ଭୋଟ ଗ୍ରହଣ ହୋଇଥିଲା। କୋଟଗଡ଼ ବ୍ଲକ ର ଧରାକୋଟ, ଦୁର୍ଗାପଙ୍ଗା,ଗୁଗୁରୁମାହା, ଜୁବାଗୁଡା, କୋଟଗଡ଼, ମାଦାଗୁଡା,ମାର୍ଲାଙ୍ଗ, ଓରା,ପକାରି,ପାରିଗଡ଼,ରାଣିପଙ୍ଗା, ସର୍ତୁଲ,ଶ୍ରୀରାମପୁର,ସୁବର୍ଣ୍ଣଗିରି,୧୪ ଟି ଗ୍ରାମ ପଞ୍ଚାୟତ ରେ ୧୯୬ ଜଣ ପ୍ରାର୍ଥୀ ପ୍ରାର୍ଥୀନୀ ନିର୍ବାଚନ ଲଢୁଛନ୍ତି। ତହିଁ ମଧ୍ୟରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ୪ ,ସରପଞ୍ଚ ୫୪,ସମିତିସଭ୍ୟ ୪୪,ୱାର୍ଡ ମେମ୍ବର ୯୪ ଜଣ ନିର୍ବାଚନ ଲଢ଼ୁଛନ୍ତି।
୧୮୨ ଗୋଟି ୱାର୍ଡ ର ପୁରୁଷ ମହିଳା ସମୁଦାୟ ୩୨୦୨୪ ଭୋଟର ନିଜ ନିଜର ବୁଥ ମାନଙ୍କରେ ପ୍ରାର୍ଥୀ ଚୟନ କରି ଶାନ୍ତି ଶୃଙ୍ଖଳା ସହ ମତଦାନ କରିଥିବା ଜଣାପଡିଥିବା ବେଳେ ତୁମୁଡିବନ୍ଧ ଜୋନ ନଂ ୯ ରେ ବେଲଘର ,ଭଣ୍ଡରଙ୍ଗୀ, ଵିଲମାଳ, ଗୁମା,ଝିରିପାଣି, କରୁକୁଡୁପା, କୁର୍ତ୍ତମ ଗଡ, ଲଙ୍କାଗଡ଼, ମୁଣ୍ଡିଗଡ, ସିର୍ଲା, ତୁମୁଡିବନ୍ଧ,୧୧ ଗୋଟି ଗ୍ରାମ ପଞ୍ଚାୟତ ର ୧୧୯ ଜଣ ପ୍ରାର୍ଥୀ ପ୍ରାର୍ଥୀନୀ ନିର୍ବାଚନ ଲଢ଼ୁଥିବା ବେଳେ ତହିଁ ମଧ୍ୟରୁ ୩ ଜଣ ଜିଲ୍ଲା ପରିଷଦ, ସରପଞ୍ଚ ୩୩ ,ସମିତିସଭ୍ୟ ୨୮,ୱାର୍ଡ ମେମ୍ବର ୫୫ ନିର୍ବାଚନ ଲଢ଼ୁଥିବା ବେଳେ ୧୩୯ ୱାର୍ଡ ର ସମୁଦାୟ ୩୦ ୯୭୧ ପୁରୁଷ ମହିଳା ଭୋଟର ନିଜ ନିଜର ବୁଥରେ ପ୍ରାର୍ଥୀ ଚୟନ କରି ଶାନ୍ତି ଶୃଙ୍ଖଳା ସହ ମତଦାନ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ।