ଧର୍ମଗଡ-୧୯/୨/୨୨ନେହରୁ ଯୁବକେନ୍ଦ୍ର,କଳାହାଣ୍ଡି ଓ ମା ଡୁମେର ମୁଡେନ ଯୁବକ ସଂଘ, କାଙ୍କେରୀ ର ମିଲିତ ଉଦ୍ୟମରେ ଆୟୋଜିତ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । କଙ୍କେରୀ ଖେଳ ପଡିଆ ଠାରେ ଆୟୋଜିତ ଏହି ପ୍ରତିଯୋଗିତା ରେ ଫୁଟବଲ୍, ଭଲିବଲ୍, ଲମ୍ବଡିଆଁ, ଉଚ୍ଚଡିଆଁ ଏବଂ ଦୌଡ ଆଦି ପ୍ରତିଯୋଗିତା ମାନ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲଲିତ ବାଗ , ସମ୍ମାନିତ ଅତିଥି ଭାବେ ଦେବରାଜ ନାଏକ , ମୁଖ୍ୟ ବକ୍ତାଭାବେ ନେତ୍ରାନନ୍ଦ ମେହେର ପ୍ରମୁଖ ଯୋଗ ଦେଇ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷ ଦିନ ରେ କାଙ୍କେରୀ ଦଳ ଓ ଛିଲିପା ଦଳ ମଧ୍ୟରେ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛିଲିପା ଦଳ ୨ – ୦ ଗୋଲ ରେ ବିଜୟୀ ହୋଇଥିଲେ । କାର୍ଯ୍ୟକ୍ରମ ରେ ନେହରୁ ଯୁବ କେନ୍ଦ୍ର ଜାତୀୟ ସ୍ୱେଚ୍ଛାସେବୀ ମହେଶ୍ୱର ସୁନାନୀ , ରୁଦ୍ର ମହାରଣା ଏବଂ କ୍ରିଡା ଶିକ୍ଷକ ମାନସ ଜାଲ, ଯୁବକ ସଂଘ ର ଉପେନ୍ଦ୍ର ଜଗତ , ସୁଧିର ଜଗତ,ପିତାମ୍ବର ବାଗ, ଦିନେଶ ପ୍ରଧାନ,ଚିନ୍ମୟ ବାଗ, ଶିବା ସାଗର ପ୍ରମୁଖ ସହଯୋଗ କରିଥିଲେ । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।
previous post
next post