ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ର ମାଣ୍ଡୋସିଲ ଗ୍ରାମ ପଂଚାୟତର ଗୋଡଧୂଆପଦର , ଦାଦ୍ରୀ ଗ୍ରାମ ପଂଚାୟତର ଭୈରାଜପୁର ଓ ଖୁଦପେଜ ଗ୍ରାମ ପଂଚାୟତର କିକିରିବେଡା ଗ୍ରାମରେ ବାଲ୍ୟ ବିବାହ ଅନୁଷ୍ଠିତ ହେଉଥିଲା । ଏହାକୁ ନୂଆପଡା ଚାଇଲଡ୍ ଲାଇନ ଓ ଖଡିଆଳ ବାଲ୍ୟବିବାହ ନିଶେଧ ଅଧିକାରୀ ଓ ଖଡିଆଳ ପୋଲିସ ଜାଣିଲାପରେ ଗ୍ରାମ ରେ ହେବା କୁ ଥିବା ବିବାହ କୁ ଅଟକାଇଥିଲେ । ବିବାହ ତାରିଖ ଘୋଷଣା ହୋଇ ଯାଇଥିଲେ ମଧ୍ୟ ଅଧିକାରୀ ମାନଙ୍କ ବାଲ୍ୟ ବିବାହ ଉପକାରିତା, ଅପକାରିତା, ନିୟମ ନ ମାନିଲେ କେଉଁ ଅସୁବିଧା ହୁଏ ତାହା ଉପରେ ପୁଙ୍ଖାନୁପୁଙ୍ଖ ବୁଜାଇଲା ପରେ ପରିବାର ଲୋଲେ ମାନି ଯାଇଥିଲେ । ଏହି କାର୍ଯ୍ୟକ୍ରମରେ ଖଡିଆଳ ସିଡିପିଓ ମନକୁମାରୀ ଲମ୍ବୋ, ଖୁଦପେଜ ଓ କୁଶମାଲ ସେକ୍ଟର ଏଲଏସ ତୁଲସୀଲତା ରାଉତ, ଚାଇଲଡ଼ ଲାଇନ ନୂଆପଡା ସବିତା ସୁନାନୀ, ଖଡିଆଳ ପୋଲିସ ମିଲା ବାଗ, ଭୈରାଜପୁର ଅଙ୍ଗନୱାଡି କର୍ମୀ, ଜୋସ୍ନା ହେର୍ଣା ,କିକିରାବେଡା ଅଙ୍ଗନୱାର୍ଡ କର୍ମୀ ଉମାମଣୀ ମାଝୀ, ଅଙ୍ଗନୱାଡି କର୍ମୀ ଜୟନ୍ତୀ ଶବର, ଆଶା କର୍ମୀ ଓ ୱାର୍ଡ ମେମ୍ବର ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post