ନୂଆପଡ଼ା : ରବିବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ଖରିଆର ବ୍ଲକର ସମୁଦାୟ ୨୬ ଗୋଟି ପଞ୍ଚାୟତରେ ମତଦାନ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ପୁରା ପ୍ରସ୍ତୁତି କରା ଯାଇଛି । ୩୨୧ ଟି ବୁଥରେ ମତଦାତା ମତଦାନ ଆରମ୍ଭ ହୋଇଛି ।
ତିନୋଟି ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରମୁଖ ତିନି ଦଳର ନଅ ଜଣ ପ୍ରାର୍ଥୀ, ସରପଞ୍ଚ ପାଇଁ ୧୧୭ ଜଣ, ସମିତି ସଭ୍ୟ ପାଇଁ ୧୯୬ ଜଣ ଏବଂ ୱାର୍ଡ ମେମ୍ବର ପାଇଁ ୧୫ ଶହ ପ୍ରାର୍ଥୀ ନିର୍ବାଚ ଲଢୁଛନ୍ତି । ସମୁଦାୟ ୩୬୪୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ସର୍ବମୋଟ ୮୩୨୯୪ ଭୋଟର । ଖରିଆର ବ୍ଲକରେ ସମ୍ବେଦନଶୀଳ ବୁଥ ଭାବରେ ୫୮ ଟି ବୁଥକୁ ଜିଲ୍ଲା ପ୍ରଶାସନ ତରଫରୁ ଚିହ୍ନଟ କରା ଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ଏବଂ କିଭଳି ସୁରୁଖୁରୁରେ ମତଦାନ ଶେଷ ହୋଇ ପାରିବ ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରା ଯାଇଛି ।
ସେହିପରି ଖଡିଆଳର ଗଡ୍ରାମୁଣ୍ଡାଠାରେ ସ୍ବତନ୍ତ୍ର ଏକ ପିଙ୍କ ବୁଥ କରାଯାଇଛି । ଯେଉଁଥିରେ କେବଳ ମହିଳା କର୍ମଚାରୀ ମାନେ ନିୟୋଜିତ ହୋଇଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ