କାମାକ୍ଷାନଗର -(ମନିସ )27/2/23 //ରାଇବୋଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଲୁ୍ଟାଙ୍ଗାର ଗ୍ରାମରେ ଆଦିବାସୀ ସମାଜର ପରମ୍ପରା ଲାଗିରହିଛି ଗ୍ରାମର ପୁଲ ପୂଜା ଗ୍ରାମଦେବୀ ଶାଳପୀଠ ଠାରେ ଫୁଲ ପୂଜା ହୋଇଥିବା ବେଳେ ଏହି ଅବସରରେ ଗ୍ରାମର ଦେଇଥିବା ନିମନ୍ତ୍ରଣ ରକ୍ଷାକରି ରାଇବୋଲ ଗ୍ରାମପଞ୍ଚାୟତର ଯୁବସରପଞ୍ଚ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସାହୁ ଗ୍ରାମଦେବୀ ଶାଳପୀଠସ୍ଥିତ ଠାକୁରାଣୀଙ୍କୁ ଦର୍ଶନ କରିଥିଲେ ଓ ଗ୍ରାମର ସମସ୍ତ ଜନସାଧାରଣ ଉପସ୍ଥିତ ରହି ସମସ୍ତେ ଦର୍ଶନ କରିଥିଲେ l ପ୍ରତ୍ୟେକ ସାହି କୁ ପରିକ୍ରମା କରିଥିଲେ ମହିଳା ଓ ପୁରୁଷ ମାନେ l ଆଦିବାସୀ ଙ୍କ ର ପରମ୍ପରା ଫୁଲ ପୂଜା କେଉଁ କାଳରୁ ଚାଲି ଆସିଥିବା କଥା ଗ୍ରାମ ର ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ପ୍ରକାଶ କରିଛନ୍ତି l
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ