ବନ୍ଧୁଗାଁ ତା ୧/୩/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ପଞ୍ଚାୟତ ତୁରୁକୁପେଟା ଗ୍ରାମରେ ଥିବା ଶ୍ରୀ ରାମ ମନ୍ଦିର ପରିଚାଳନା ଟ୍ରଷ୍ଟ ମୁଖ୍ୟ ଜି ଶ୍ରୀରାମ ମୂର୍ତ୍ତି ଙ୍କ ଆଜି ମୃତ୍ୟୁ ହୋଇଯାଇଛି। ସେ କିଛି ଦିନ ଅସୁସ୍ଥତା ରହି ଥିଲେ ତାଙ୍କୁ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ଡ଼ା ରାମ ମୋହନ ରାଓ ମେଡିକାଲ ଠାରେ ଚିକିତ୍ସା ଅବସ୍ଥାରେ ଆଜି ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ସମୟରେ ପାଖରେ ଦୁଇ ପୁଅ , ବୋହୂ ସହିତ ତାଙ୍କର ବଡ ଝିଅ ପାଖରେ ଥିବା ବେଳେ ସାନ ପୁଅ ସାଉଥ ଆଫ୍ରିକା ରହି ଥିବାରୁ ପହଞ୍ଚି ପାରି ନ ଥିଲେ । ସେ ଶ୍ରୀରାମ ଭକ୍ତ ରହି ଅତି ବିଶ୍ଵସ୍ତତା ସହିତ ପ୍ରତି ମାସ ରେ ପୂଜାରୀଙ୍କୁ ମାସିକ ବେତନ ଓ ମନ୍ଦିରର ଅନେକ ପୂଜା କାର୍ଯ୍ଯ ମଧ୍ୟ ସେ ନିଜେ ଟଙ୍କା ଖର୍ଚ୍ଚ କରି ଅତି ସୁନ୍ଦର ଭାବରେ ପରିଚାଳନା କରି ଆସୁଥିଲେ । ତାଙ୍କର ମୃତ୍ୟୁରେ ବହୁ ସଂଖ୍ୟକ ଜନସାଧାରଣ ଦୁଃଖ କରିବା ସହିତ ଦର୍ଶନ କରି ଥିଲେ ।
previous post