କୋକସରା,୬/୦୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିରରେ ଖୁଣ୍ଟିଆ ସରପଞ୍ଚ ମାଧବି ଧରୁଆଙ୍କ ସଭାପତିତ୍ୱରେ କୋକସରା ବ୍ଲକ ଉନ୍ନୟନ ଅଧିକାରୀ ଦେବବ୍ରତ କରାଟି, ଜିପିଇଓ ନାରାୟଣ ଭୋଇ, ବିଏସଏସଓ ଦୀପକ କୁମାର ବେହେରା, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦାମୋଦର ବିଶ୍ଵାଳ, ଯୋଗାଣ ଅଧିକାରୀ ଜଗରାମ୍ ମୁର୍ମୁ, ପିଇଓ ରାଜେନ୍ଦ୍ର ସୋରି, ସ୍ଵାସ୍ଥ୍ୟ କର୍ମୀ ନୀଳମଣି ଖମାରୀ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ।ନାଏବ ସରପଞ୍ଚ କୈଳାଶ ଚନ୍ଦ୍ର ସୁନାନୀ, ସମିତି ସଭ୍ୟ ଦେବେନ୍ଦ୍ର ଧରୁଆଙ୍କ ଉପସ୍ଥିତିରେ ୨୦୦ ରୁ ଉର୍ଦ୍ଧ ଜନ ସାଧାରଣ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ଆଜିର ଏହି ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଓ ଶୁଣାଣି ଶିବିରକୁ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ପିଇଓ ରାଜେନ୍ଦ୍ର ସୋରି ,ଯୋଗାଣ ସହାୟକ ନରେନ୍ଦ୍ର ବିଶି ପରିଚାଳନା କରିଥିବା ବେଳେ ଗ୍ରାମ ପଞ୍ଚାୟତର ସମସ୍ତ କର୍ମଚାରୀ ଓ ୱାର୍ଡ ସଭ୍ୟ ସହଯୋଗ କରିଥିଲେ।